ଓଡ଼ିଶା

ତୈଳ ଦର ବୃଦ୍ଧି, ଚିନ୍ତାରେ ଦ୍ରୁତଗାମୀ ବସ ମାଲିକ: ଭଡ଼ା ବୃଦ୍ଧି ଚିନ୍ତାରେ ଯାତ୍ରୀ

ରାଉରକେଲା ୬-୪ (ଓଡ଼ିଆ ପୁଅ/ଶିବରାମ ପାତ୍ର) : ଦିନକୁ ଦିନ ବଢିବାରେ ଲାଗିଛି ତେଲ ଦର। ପ୍ରତ।ମସରେ ଡିଜେଲ ଓ ପେଟ୍ରୋଲ ଦର ଏକ ପଇସାରୁ ଦୁଇ ପଇସାକୁ ବୃଦ୍ଧି ପାଉଛି। ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା। ଏପରିକି ଦ୍ରୁତଗାମୀ ବସ ଚଳାଚଳ କରୁଥିବା ବସ ମାଲିକ ମାନଙ୍କୁ ମଧ୍ୟ ତେଲ ଦର ବଢିବା ଯୋଗୁ ବସ ଚଳାଚଳରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ସହରର କିଛି ବସ ମାଲିକ ବାରମ୍ବାର କ୍ଷତିର ସମ୍ୁଖୀନ ହୋଇ ଶେଷରେ ଦୂରଗାମୀ ବସ ଚଳାଚଳକୁ ବନ୍ଦ କରିବାକୁ ଏକ ପ୍ରକାର ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି, ନବେ ଦଶକରେ ରାଉରକେଲାରେ ପ୍ରଥମେ ଏକ ଘରୋଇ ବସ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଚଳାଚଳ ଆରମ୍ଭ କରିଥିଲା। ସେହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବସର ଚଳାଚଳ ମଧ୍ୟ କରାଯାଉଥିଲା। ବେସରକାରୀ ବସରେ ଦୂରଯାତ୍ରା ଆରାମଦାୟକ ଥିବାରୁ ଯାତ୍ରୀ ମାନେ ଏହି ସବୁ ବସରେ ଯିବାକୁ ଆଗ୍ରହ ପ୍ରକାଶ କରିବାରେ ଲାଗିଲେ। କାଳକ୍ରମେ ସହରରେ ଦୂରଗାମୀ ବେସରକାରୀ ବସର ସଂଖ୍ୟା ଚାହିଦା ଅନୁସାରେ ବଢିବାରେ ଲାଗିଲା। ବର୍ତମାନ ରାଉରକେଲାରୁ ହାରାହାରି ୬୦ରୁ ଉର୍ଦ୍ଧ ବେସରକାରୀ ବସ ରାଜ୍ୟର ବିଭିନ୍ନ ଅଂଚଳ ଯେପରି କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, ବାରିପଦା, ପୁରୀ, ଜଗତସିଂହପୁର, ପାରାଦୀପ, କୋରାପୁଟ, ନୟାଗଡ଼, କେନ୍ଦ୍ରାପଡ଼ା ଆଦି ଅଂଚଳ ଚଳାଚଳ କରୁଥିବା ପ୍ରତ୍ୟହ ରାତ୍ରୀରେ ଦେଖିବାକୁ ମିଳୁଛି। ସହରରେ ପ୍ରତିଦିନ ସଂଧ୍ୟା ୭ଟାରୁ ରାତ୍ରି ୧୦ଟା ଯାଏ ଦୂରଗାମୀ ବସ ଗୁଡ଼ିକ ଯାତ୍ରୀ ମାନଙ୍କୁ ନେଇ ଗନ୍ତବ୍ୟସ୍ତଳରେ ଯାତ୍ରା କରୁଛନ୍ତି। ଅପରପକ୍ଷରେ ବହୁ ଗୁଡ଼ିଏ ବେସରକାରୀ ବସ ହୋଇଯିବା କାରଣରୁ ସବୁ ସମୟରେ ବସରେ ଉର୍ଦ୍ଦିଷ୍ଟ ସିଟ ସଂଖ୍ୟା ପୂର୍ଣ୍ଣ ହେଉନାହିଁ। ଫଳରେ ବସ ମାଲିକ ମାନଙ୍କୁ କ୍ଷତିର ସମ୍ୁଖୀନ ହେବାକୁ ପଡୁଛି। ତୈଳ ଦରରେ ବୃଦ୍ଧି ଯୋଗୁ ମଧ୍ୟ ବସ ଗୁଡ଼ିକ ପ୍ରଭାବିତ ହେଉଛି। ସେହିପରି ପ୍ରତ ମାସରେ ବସର ମେଟାଂନାସ ଖର୍ଚ୍ଚରେ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ ବୋଲି ସାରନଗରୀ ଅଂଚଳରେ ରହୁଥିବା ଏକ ଦୂରଗାମୀ ବସର ମାଲିକ ପ୍ରକାଶ କରିଛନ୍ତି। ମାସକୁ ଟାୟାର ଖର୍ଚ୍ଚ, ଇଂଜିନ ଅୟଲ ଓ ଅନ୍ୟାନ ଯନ୍ତ୍ରାଂଶର ମରାମତି ପାଇଁ ଖର୍ଚ୍ଚ ହୋଇଥାଏ। ବସ ଚାଳକ, ବସ କଣ୍ଡକ୍ଟର, ହେଲପର ପାଉଣା ଦେବା ପରେ ଟା୍ୟାକ୍ସ ବାବଦକୁ ମାସିକ ଭରଣା କରିବାକୁ ପଡିଥାଏ। ଏସବୁକୁ ଦୃଷ୍ଟି ଦେଲେ, ବସ ଚଳାଚଳ ବେପାରରେ ସେତେଟା ଆଶାଜନକ ଲାଭ ହୋଇ ପାରୁନଥିବା କିଛି ବସ ମାଲିକ ପ୍ରକାଶ କରିଛନ୍ତି। ଦୂରଗାମୀ ବସର ଟିକେଟ ଯାତ୍ରୀ ମାନେ କିଭଳି ସୁବିଧା ଓ ସହଜରେ ପାଇପାରିବେ, ଏଥିନେଇ ସହରରେ ରହିଛି ୧୯ରୁ ଉର୍ଦ୍ଧ ଟିକେଟ କାଉଂଟର। ଏହି କାଉଂଟର ଗୁଡ଼ିକରେ ଯାତ୍ରୀ ମାନଙ୍କୁ ଅଗୀମ ସଂରକ୍ଷଣ ବସ ଟିକେଟ ମିଳି ପାରିଥାଏ। ଏକ ବସ ଟିକେଟ ବାବଦକୁ ଟିକେଟ ବିକ୍ରୀ କରୁଥିବା ଏଜେଂଟ ଜଣଙ୍କ ୨୦ରୁ ୩୦ ଟଙ୍କା କମିଶନ ଅର୍ଥ ରଖିଥାଏ। ବାକି ଅର୍ଥ ବସ ମାଲିକଙ୍କ ଖାତାକୁ ଯାଏ। ସେହିଭଳି ଖରାଛୁଟି, ଦୁର୍ଗାପୂଜା ଛୁଟିରେ ବସ ଗୁଡ଼ିକର ସିଟ ପୂର୍ଣ୍ଣ ରହୁଥିବା ବେଳେ, ବର୍ଷର ଅନ୍ୟ ସମୟରେ ପ୍ରତି ଦୂରଗାମୀ ବସରେ ହାରାହାରି ୪୦ରୁ ୪୫ ଯାତ୍ରୀ ଯିବା ଆସିବା କରିବା ଦେଖିବାକୁ ମିଳେ। ଯାହାକି ବସ୍ ଚଳାଚଳ ବେପାରକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ବସ ଗୁଡ଼ିକ ରାତ୍ରୀରେ ଯାତ୍ରା କରିବା ସମୟରେ ମଧ୍ୟ ଟୋଲ ଗେଟ ଟ୍ୟାକ୍ସ ଓ ଅନ୍ୟାନ ଖର୍ଚ୍ଚ ଦେବାକୁ ପଡ଼ିଥାଏ ବୋଲି ଏକ ବସର ଚାଳକ ପ୍ରକାଶ କରିଛନ୍ତି। ଏପରିସ୍ଥଳେ ଦୂରଗାମୀ ବସ ଚଳାଚଳ ପ୍ରତି ଦିନକୁ ଦିନ କ୍ଷତିର ଆଶଙ୍କା ବଢିବାରେ ଲାଗିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top