ତୈଳଦର ବୃଦ୍ଧ ପ୍ରତିବାଦକୁ ନେଇ କଂଗ୍ରେସର ବନ୍ଦ ପାଳନ ସଫଳ

ହରିଚନ୍ଦନପୁର ୧୦ ସେପ୍ଟେମ୍ବର, (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଦିନକୁ ଦିନ ତୈଳଦର ବୃଦ୍ଧି ଘଟୁଥିବାକୁ ନେଇ ଅନେକ ସାମଗ୍ରୀର ଦୈନିକ ଦର ବୃଦ୍ଧି ଘଟୁଛି। ସାଧାରଣତଃ କେନ୍ଦ୍ର ସରକାର ଗତ ୪ବର୍ଷ ମଧ୍ୟରେ ଡିଜେଲ ଉପରେ ୩୩୧ପ୍ରତିଶଦ ଏବଂ ପେଟ୍ରୋଲ ଉପରେ ୧୦୫ପ୍ରତିଶଦ ଉତ୍ପଦ ଶୁଳ୍କ ବୃଦ୍ଧି କରିଛନ୍ତି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଲଗାତାର ହ୍ରାସ ପାଇବା ପରେ ମଧ୍ୟ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପ୍ରତି ୧୨ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୫ଟଙ୍କା ବଢାଇଛନ୍ତି। ଯାହା ଫଳରେ ସବୁ ସାମଗ୍ରୀର ଦରବୃଦ୍ଧି ମାତ୍ରାଧିକ ହୋଇଯାଇଛି। ତାହାକୁ ନେଇ ସୋମବାର ଦିନ ହରିଚନ୍ଦନପୁର ବ୍ଲକ କଂଗ୍ରେସ ପକ୍ଷରୁ ସକାଳ ୬ଟା ସମୟ ଠାରୁ ଦିନ ୩ଟା ସମୟ ପ୍ରର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଛି। ବଜାର ସାଙ୍ଗକୁ ସ୍କୁଲ, କଲେଜ, ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ଗାଡି ମଟର ବନ୍ଦ କରିିବା ସହ ଟ୍ରେନ ସେବାକୁ ମଧ୍ୟ କଂଗ୍ରେସ କର୍ମୀମାନେ ବନ୍ଦ କରିଛନ୍ତି। ରାସ୍ତା ଘାଟରେ କାଉ କୋଇଲିର ଦୃଶ୍ୟମାନ ହୋଇନଥିବା ସହ ହୋଟେଲ ଦେକାନ ବନ୍ଦକୁ ନେଇ ନାହିଁ ନଥିବା ଅସୁବିଧାରେ ଜନସାଧାରଣ। ଏହି କାର୍ଯ୍ୟକ୍ରମଟିକୁ ହରିଚନ୍ଦନପୁର ବ୍ଲକ କଂଗ୍ରେସର ଲଢୁଆ ନେତା ମୋହନ ଚରଣ ହେମ୍ରମଙ୍କ, ହରିଚନ୍ଦନପୁର ଜୋନ ସଭାପତି ଆଦିତ୍ୟ ସାହୁ, ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପୃଷ୍ଟି, ସୁରଥ ଚନ୍ଦ୍ର ସାହୁ, ଟଙ୍କ ବିଶ୍ୱାଳ ଓ କୈଳାଶ ମହାନ୍ତ, ସୁଦ୍ରଶନ ପାଇକରାୟ, ସମିର କୁମାର ମଣ୍ଡଳ, ନାରଣ ସାହୁ, କୁଶିଆ ସାହୁ, ମଦନ ମୋହନ ସାହୁ, ରାଜେଶ ଗାଗରାୟ, ନିର୍ମଳ କୁମାର ସାହୁ, ଭାଗିରଥି ସାହୁ, ଜୟନ୍ତ କୁମାର ସାହୁ, ରଞ୍ଜନ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ସୁଜିତ କୁମାର ସାହୁ, ବିବ୍ରତ କୁମାର ସାହୁସମେତ ଶତାଧିକ କଂଗ୍ରେସ କର୍ମୀଙ୍କ ସହଯୋଗରେ ଏହି ବନ୍ଦ ପାଳନ ସଫଳ ହୋଇଛି।


Leave a Reply

Your email address will not be published. Required fields are marked *