ତୈଳଦର ବୃଦ୍ଧି ପ୍ରତିବାଦରେ ତିର୍ତ୍ତୋଲ ବିଜେଡ଼ି ପକ୍ଷରୁ ସଚେତନତା ଅଭିଯାନ

ତିର୍ତ୍ତୋଲ୦୮/୦୯(ଓଡ଼ିଆ ପୁଅ/ଟୁକନ ସେଠୀ)- ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି ପୂର୍ବାହ୍ନରେ କଟକ – ପାରାଦ୍ୱିପୀ ରାସ୍ତା ସାରଳା ପେଟ୍ରୋଲ ପମ୍ପ ପରିସରରେ ତିର୍ତ୍ତୋଲ ବ୍ଲକ ପୂର୍ବତନ ବିଜେଡ଼ି ସଭାପତି ଅଶ୍ୱିନି କୁମାର ଦାସଙ୍କ େନେତୃତ୍ୱରେ ତିର୍ତ୍ତୋଲ ବିଜୁ ଯୁବ ଛାତ ଓ ମହିଳା ଜନତାଦଳ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ସଚେତନତା ଅଭିଯାନ ଅନୁଷ୍ଠିତ କରାଯାଇଥିଲା। ଜଗତସିଂହପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦଶିନୀ ବିଶ୍ୱାଳ, ବ୍ଲକ ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ ଓ ସଭ୍ୟା ଲିପାଲି ରାଉଳ ପେଟ୍ରୋଲ ପମ୍ପ ନିକଟରେ ଉପସ୍ଥିତ ହୋଇ ତେଲ ପକାଇବାକୁ ଆସୁଥିବା ଯାନବାହନ ଚାଳକମାନଙ୍କୁ ଏକ ସଚେତନତା ପତ୍ରିକା ବଣ୍ଟନ କରିଥିବା ଦେଖିବାକୁ ମିଳିଥିଲା। ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଟ୫୦.୬୭ ପଇସା, ଶ୍ରୀଲଙ୍କାରେ ଟ୪୯.୬୭ ପଇସା ଓ ନେପାଳରେ ଟ୬୬.୬୯ ପଇସା ଥିବାବେଳେ ଭାରତରେ ତାହା ଢ଼େର୍ ଗୁଣା ବଢ଼ିଥିବାରୁ ରାଜ୍ୟର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ବିଜୁଜନତା ଦଳପକ୍ଷରୁ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ୁଥିବାରୁ ସାଧାରଣ ଗରିବ ଖଟିକିଆ ଲୋକମାନେ ଚିନ୍ତାରେ ପଡ଼ିଗଲେଣି। କେନ୍ଦ୍ରସରକାରଙ୍କ ବୈମାତୃକ ମନୋଭାବ ପାଇଁ ପ୍ରତିଦିନ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଅାଁ ମାରିଲାଣି। ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ୍ ଯୋଗଦେଇ କେନ୍ଦ୍ର ସରକାରଙ୍କ ତ୍ରେଳ ମନ୍ତ୍ରାଳୟର ତୃଟିପୂର୍ଣ୍ଣ ନିଷ୍ପତି ଓ ଜନବିରୋଧି ମନୋଭାବ ଯୋଗୁଁ ତେଲଦର ଲଗାତାର ଭାବରେ ବଢ଼ିବାରେ ଲାଗିଛି। ଗତ କିଛିମାସ ବେହ ତେଲ ଦର ବୃଦ୍ଧ ପାଇ ଚାଲିଥିବାବେଳେ ଏବେ କିଛିଦିନ ଧରି ଏହା ହୁହୁ ହୋଇ ବଢ଼ିଚାଲିଛି। ଗାଡ଼ି ମୋଟର ବ୍ୟବହାର କରୁଥିବା ଓଡ଼ିଶା ସମେତ ଦେଶର ଜନସାଧାରଣ ସିଧାସଳଖ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତିଦିନ ତୈଳ ଦର ବୃଦ୍ଧିପାଇଁ ପନିପରିବା ସମେତ ଦୈନନନ୍ଦିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ସାଧାରଣ ଗୃହିଣୀ, ଖଟିଖିଆ, ଗରିବ ଓ ନିମ୍ନ ମଧ୍ୟବିତ ଶ୍ରେଣୀର ଲୋକମାନେ ଅତିଷ୍ଠ ହୋଇପଡ଼ିଛନ୍ତି। ଏହି ସଚେତନତା ଅଭିଯାନରେ ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାଶ, ତପନ ମହାନ୍ତି, ବ୍ଲକ ଯୁବ ବିଜେଡ଼ି ସଭାପତି ରଞ୍ଜିତ କୁମାର ଜେନା, ନୃସିଂହ ମହାପାତ୍ର, ବ୍ଲକ ବିଜେଡ଼ି ସାଧାରଣ ସମ୍ପାଦକ ଅମରଜ୍ୟୋତି ସାହୁ, ଦିପକ ଦାସ, ଆତ୍ମାର ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପ୍ରଦୀପ୍ତ ନାୟକ, ଅରୁଣ ମହାପାତ୍ର, ସରପଞ୍ଚ ରମେଶ କୁଅଁର, ଦେବେନ୍ଦ୍ର ମହାନ୍ତି, ତ୍ରିଲୋଚନ ସେଠୀ, ଶି୍ରନିବାସ ଦାଶ, ଅକ୍ଷୟ ସାହାଣୀ, ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ବିଜୟ ନାୟକ, ସରପଞ୍ଚ ଚିତ୍ତରଞ୍ଜନ ରଥ, ଟିକନ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ସୋକନ ସ୍ୱାଇଁ, ଶିଦ୍ଧାର୍ଥ ଶଙ୍କର ରାଉଳ, ଟୁକୁନି ରାଉତ, କାର୍ତ୍ତିକ ଚନ୍ଦ୍ର ଲେଙ୍କା, ନିଲୁ ଚରଣ ଜେନା, ସୁଧିର ମହାନ୍ତି, ଅକ୍ଷୟ କୁମାର ସ୍ୱାଇଁ, ଶାରଦା ପୃଷ୍ଟି ସମେତ ଶତାଧିକ ବିଜେଡ଼ି କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ତୈଳଦର ବୃଦ୍ଧିପ୍ରତିବାଦରେ ସଚେତନତା କରାଇଥିଲେ। ସେହିପରି ଏହି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତରେ ଥିବା ପେଟ୍ରୋଲ ପମ୍ପ ପରିସରରେ ଗଗନ ଖଣ୍ଡୁଆଳଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇ ତୈଳ ଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ସଚେତନତା ଅଭିଯାନ କରିଥିଲେ।

Leave a Reply

Your email address will not be published. Required fields are marked *