ଯାଜପୁର-୮/୯(ଓଡିଆ ପୁଅ/ଏ.ରାଉତ) ତୈଳଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ପରିବହନ ଉପରେ ପଡୁଥବା ଯୋଗୁ ଖାଦ୍ୟପେୟ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀର ଦର ବଡିଚାଲିଛି। ଏହାର ପ୍ରତିବାଦରେ ଧର୍ମଶାଳା ବିଜେଡି, ଯୁବବିଜେଡି, ଛାତ୍ରବିଜେଡି ଓ ମହିଳା ବିଜେଡି ତରଫରୁ ଶନିବାର ଦିନ ନିର୍ବାଚନ ମଣ୍ଡଳୀର ବିଭିନ୍ନି ପ୍ରେଟୋ୍ରଲ୍ ପମ୍ପରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯାଇଛି। ଆଜି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖାରିଡିହ, ରିଲାଏନ୍ସ ପେଟୋ୍ରଲ୍ ପମ୍ପ୍ ରଥିଆ ସ୍ଥିତ ରାଉତ୍ ପେଟ୍ରେଲ୍ ପମ୍ପ୍ ଶାନ୍ତିବଜାର ସ୍ଥିତ ସଂଜୀବନୀ ପେଟ୍ରୋଲ୍ ପମ୍ପ୍, କନ୍ତପଡା ପେଟ୍ରୋଲ୍ ପମ୍ପ୍, ନୁଆଗାଁ ସ୍ଥିତ ପିସିଆର୍ ପେଟ୍ରୋଲ୍ ପମ୍ପ ମାନଙ୍କରେ ଶାନ୍ତିପୂର୍ଣ୍ଣ ଭାବେ ବିଜେଡି ଦଳତରଫରୁ ପ୍ରତିବାଦ ଓ ଆନ୍ଦୋଳନ କରାଯାଇଥିଲା। ବାଇକ୍ ଆରୋହୀ ଓ ଅନ୍ୟାନ୍ୟ ଗାଡିଚାଳକ ମାନଙ୍କୁ ତୈଳଦର ବୃଦ୍ଧି ସଂପର୍କରେ ଏକ ସଚେତନତା ଭିତ୍ତିକ ପ୍ରଚାର ପତ୍ର ଦିଆଯାଇଥିଲା। ବିଭିନ୍ନି ପେଟ୍ରୋଲ୍ ପମ୍ପରେ ଦଳପକ୍ଷରୁ ଯାଜପୁର ସଂସଦ ରୀତା ତରାଇ, ବିଧାୟକ ପ୍ରଣବ ବଳବନ୍ତରାୟ, ବ୍ଳକ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ଧର୍ମଶାଳା ନିର୍ବାଚନ ମଣ୍ଡଳି ବିଜେଡି ସଭାପତି ଜଳଧର ମହାନ୍ତି, ରାଜ୍ୟ ପରିଷଦ ସଭ୍ୟ ଜଳଧର ସାହୁ, ବ୍ଳକ ସଭାପତି ନିରଂଜନ ବଳ, ବ୍ଳକ ଯୁବ ବିଜେଡି ସଭାପତି ପ୍ରଶନ୍ନ ରାଉତ୍, ବ୍ଳକ ବିଜେଡି ଛାତ୍ର ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ କ୍ଷିତିଶ ନାୟକ, ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ ନାୟକ, ଜିଲ୍ଳା ପରିଷଦ ସଭ୍ୟ ନିରଞ୍ଜନ ରାଉତ୍, ପ୍ରଣତି ଲେଙ୍କା, ମମତା ଦଣ୍ଡପାଟ, ରେଣୁବାଳା ଶତପଥୀ, ମୀନତୀ ପଣ୍ଡା, ଯୁବ ନେତା ପ୍ରତାପ ପ୍ରଧାନ, ସୁଦାମ ବେହେରା, ପ୍ରମୋଦ ନାୟକ, ରାକେଶ ଭଦ୍ର, ପ୍ରହଲ୍ଳାଦ ଲେଙ୍କା, ରବିନ୍ଦ୍ର ସାହୁ, ରାଜୀବ ମହାନ୍ତି, ଜନ୍ ବେହେରା, ତ୍ରିନାଥ ଜେନା, ହରିହର ରାଉତଙ୍କ ସମେତ ବିଜେଡିର ବହୁ ଯୁବ ଛାତ୍ର ମହିଳା କର୍ମୀମାନେ ଏଥିରେ ସାମିଲ ହୋଇଥିଲେ।
