Home କେନ୍ଦୁଝର ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

59

ହାଟଡ଼ିହି,୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ତୈଳଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ପରିପ୍ରେକ୍ଷୀରେ ଆଜି ହାଟଡିହି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକଦାବିପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି । ହାଟଡିହି ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତଙ୍କ ନେତୃତ୍ୱରେ ଶତାଧିକ କର୍ମୀ ମରୈଗାଁ ଛକରୁ ଏକ ପଟୁଆରରେ ବ୍‌ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଢ଼ୋଲ ବଜାଇ ବିକ୍ଷୋଭ ପ୍ରଦର୍ଶନ କରିବାସହ ମୋଦୀ ସରକାର ଓ ନବୀନ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ । ଏହି ଅବସରରେ ପ୍ରଶାନ୍ତ ସ୍ୱାଇଁ, ନିର୍ବାଚନମଣ୍ଡଳୀର ଯୁବକଂଗ୍ରେସ ସଭାପତି ଚଣ୍ଡୀ ପ୍ରସାଦ ପାଣିଗ୍ରାହୀ, ବୁଲୁ ରାଉତ ପ୍ରମୁଖ ରାଜ୍ୟ ଓ କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ ଉପରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି । ଯାହାଦ୍ୱାରାକି ସାଧାରଣ ଲୋକମାନେ ଏବେ ନାନା ଅସୁବିଧାରେ କାଳ କାଟୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ପ୍ରତିଦିନ ତୈଳଦର ବୃଦ୍ଧି ଘଟିଚାଲିଥିଲେବି କେନ୍ଦ୍ର ସରକାର ଆଛେଦିନ ଆଏଗା ଆଛେଦିନ ଆଏଗା କହି ଲୋକଙ୍କ ଠାରୁ ଭୋଟ ହାତେଇଥିବାବେଳେ କେବେ ସେହି ଆଛେଦିନ ଆସିବ ବୋଲି ପ୍ରଶ୍ନ କରିଥିଲେ । ଏହି ଅବସରରେ କଂଗ୍ରେସର ଏକ ପ୍ରତିନିଧିଦଳ ବ୍ଲକ କାର୍ଯ୍ୟାଳୟ ଭିତରକୁ ଯାଇ ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁର୍ବତନ ସରପଞ୍ଚ ନୃସିହଂ ଚରଣ ସେଠୀ, ପରମାନନ୍ଦ ବାସ୍କେ, ମାନସ କୁମାର ଜେନା, ଘନଶ୍ୟାମ ପହୀ, ପଦ୍ମନାଭ ମାଝୀ, ଦିଲ୍ଲିପ ସ୍ୱାଇଁ, ତପନ ଖଣ୍ଡେଇ, ମନ୍ମଥ ପଣ୍ଡା, ଚିନ୍ମୟ ରାଉତ, ମଧୁସୁଦନ ସାମଲ, ନିତ୍ୟାନନ୍ଦ ବେହେରା, ରତ୍ନାକର ତ୍ରିପାଠୀ, ଜୟଦେବ ଦେହୁରୀ, କୈଳାଶ ମହାନ୍ତି, ସଦାଶିବ ସେନାପତି, ମନୋଜ କୁମାର ନାୟକ, ଶରତ ନାୟକ, ମନୋଜ କୁମାର ଆୟଚ, ଶ୍ରୀଧର ପହିଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.