ତୈଳଦର ବୃଦ୍ଧି ପ୍ରତିବାଦରେ ଶୁଆକାଟୀଠାରେ ବିଜେଡିର ବ୍ଲକସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମ

କେନ୍ଦୁଝର, ୮ା୯ (ଓଡିଆ ପୁଅ/ପ୍ରଦୀପ ମହାନ୍ତି):କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀଠାରେ ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ବିଜେଡିର ବ୍ଲକସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବାଂଶପାଳ ବିଜୁ ଜନତା ଦଳର ମିଳିତ ଆହ୍ୱାନ କ୍ରମେ ଶୁଆକାଟି ପେଟ୍ରୋଲ ପମ୍ପ ସମ୍ମୁଖରେ ସେପ୍ଟେମ୍ବର ୮ ତାରିଖ ଶନିବାର ଦିନ ପର୍ଯ୍ୟାୟ କ୍ରମେ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ୨ଘଣ୍ଟିଆ ବିକ୍ଷୋଭ କରାଯିବା ସହ ଶାନ୍ତିପୂର୍ଣ୍ଣ ଜନସଚେତନତା କାର୍ଯ୍ୟକ୍ରମ, ଲିଫଲେଟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଂଶପାଳ ବ୍ଲକର ବହୁ ସାଧାରଣ ପେଟ୍ରୋଲ ପମ୍ପରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଏପରି ଜନବିରୋଧି ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ। ୨ଘଣ୍ଟିଆ ବିକ୍ଷୋଭ ଓ ଜନସଚେତନତା କାର୍ଯ୍ୟକ୍ରମରେ ବାଂଶପାଳ ବିଜୁ ଜନତା ଦଳର ବ୍ଲକ ସଭାପତି ଉମାକାନ୍ତ ବିନ୍ଧାଣି, ବ୍ଲକ ଉପାଧ୍ୟକ୍ଷ ବାବୁଲି ପଲେଇ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଞ୍ଜନ କୁମାର ବେଜ୍, ସୁଶାନ୍ତ ବାରିକ, ଶୁଆକାଟି ଗ୍ରାମପଞ୍ଚାୟତ ସରପଞ୍ଚ ପଞ୍ଚାନନ ବାରିକ, ବରିଷ୍ଠ ବିଜେଡି ନେତା ବାବାଜୀ ଚରଣ ବାରିକ ଓ ପୂର୍ବତ୍ତନ ସରପଞ୍ଚ ଭୀମସେନ ପୁହାଣଙ୍କ ସମେତ ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *