ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବ୍ଲକ ବ୍ୟାପି ହରତାଳ

ଭଦ୍ରକ, ୧୦ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଡ଼ିଜେଲ ଓ ପେଟ୍ରୋଲ ଦର ଅହେତୁକ ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଆକ୍ଷେପକରି ଆଜି ସାରା ଦେଶରେ କଂଗ୍ରେସର ୯ ଘଂଟିଆ ହରତାଳ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ଭଣ୍ଡାରିପୋଖରୀ ବ୍ଲକର ସମସ୍ତ ଅଂଚଳରେ କଂଗ୍ରେସ କମିଟି ତରଫରୁ ରାସ୍ତାରୋକ ହୋଇଥିବା ବେଳେ ଦୋକାନ ବଜାର ବନ୍ଦପାଇଁ ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା। ୧୬ ନଂ ଜାତୀୟ ରାଜପଥର ବସଷ୍ଟାଣ୍ଡ ନିକଟରେ ନିର୍ବାଚନ ମଣ୍ଡଳଳୀ ନେତା ସୁବ୍ରତ ଦାସଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଉପସ୍ଥିତ ରହି ହରତାଳରେ ଭାଗ ନେଇଥିଲେ। ଦିର୍ଘ ସମୟଧରି ରାଜପଥରେ ଯାନ ବାହନ ଯାତାୟତ ବନ୍ଦ ରହିଥିଲା। ପଂଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନିକାନ୍ତ ଚନ୍ଦ, ସରପଂଚ ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ ସାହୁ, ସୁବାଷ କାଣ୍ଡି, ବିଜୟ ସ୍ୱାଇଁ, ସିତାକାନ୍ତ ଜେନା, ନିଗମାନନ୍ଦ ଜେନା, ମନୋଜ ମହାନ୍ତି, ଶ୍ୟାମ ସୁନ୍ଦର ମହାପାତ୍ର, କେଦାର ମହାନ୍ତି ପ୍ରମୁଖ ହରତାଳ ସମାବେଶରେ ଉପସ୍ଥିତ ଥିଲେ। ମଞ୍ଜୁରିରୋଡ଼ ଠାରେ କଂଗ୍ରେସ କର୍ମୀ ମାନଙ୍କ ଦ୍ୱାରା ବଜାର ବନ୍ଦ ହେବା ସହିତ ରେଳ ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଥିଲା। ଆଖୁଆପଦା ଠାରେ ନେରଡ଼ା ପଂଚାୟତ କଂଗ୍ରେସ ସଭାପତି ଉମାକାନ୍ତ ଜେନା, ପିତାମ୍ବର ସାମଲ, ପ୍ରଶାନ୍ତ ରାଉତ, ନୀଳମଣୀ ପଣ୍ଡାଙ୍କ ନେତୃତ୍ୱରେ ହରତାଲ ଅନୁଷ୍ଠିତ ହୋଇଥିଲା। ମାଳଦା ଠାରେ ନରାୟଣ ସାମଲ, ଅନିଲ ସତପଥି, ପ୍ରଶାନ୍ତ ଦାସ, ବିନୋଦ ପଲେଇ, ପବିତ୍ର ପାଣିଗ୍ରାହୀ, ବିଜୟ ସାମଲ, କାଳନ୍ଦି ନାୟକଙ୍କ ସହଯୋଗରେ କଂଗ୍ରେସ କର୍ମୀ ମାନେ ହରତାଳରେ ଯୋଗ ଦେଇଥିଲେ। ଏହା ସହିତ ସ୍ଥାନୀୟ ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦଥିଲା। ସେହିଭଳି ବିଷ୍ଣପୁର ଠାରେ ଯୁବ ନେତା ଟୁଟୁ ବେହେରା, ଚନ୍ଦ୍ରଶେଖର ଜେନା, ଅଭିଳାଷ ଜେନା, ସନ୍ତୋଷ ପାଣିଙ୍କ ନେତୃତ୍ୱରେ ଜାତୀୟ ରାଜପଥ ଅବରୋଧ ହେବା ସହିତ ସମସ୍ତ ଦୋକାନ ବଜାରକୁ ବନ୍ଦ କରାଯାଇଥିଲା। ଏହାଛଡ଼ା ବ୍ଲକର ବାରିକପୁର, ଧାମନଗରଛକ, ଛତାବର, ସରସଦା ପ୍ରଭୃତି ସ୍ଥାନ ମାନଙ୍କରେ କଂଗ୍ରେସ କର୍ମା ମାନଙ୍କ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *