ଓଡ଼ିଶା

ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭାରତବନ୍ଦ ସଫଳ

ହାଟଡ଼ିହି, ୧୦। ୯ (ଓଡ଼ିଆ ପୁଅ) : ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତବନ୍ଦ ପରିପ୍ରେକ୍ଷିରେ ଆଜି ହାଟଡିହିରେ ଶାନ୍ତିପୁର୍ଣ୍ଣ ଭାବେ ଭାରତବନ୍ଦ ସଫଳ ହୋଇଛି। ବ୍ଳକ କଂଗ୍ରେସ ସଭାପତି ଚିତ୍ତରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀମାନେ ଛେନାପଦି, ହାଟଡିହି, ମରୈଗାଁ, ବଞ୍ଚୋଛକ ରେ ପିକେଟଂ କରି ଦୋକାନ ବଜାର ବନ୍ଦ କରିବା ସହିତ ହାଟଡିହି ଓ ଛେନାପଦିଛକରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ଦ କରିଥିଲେ। କଂଗ୍ରେସ କର୍ମୀମାନେ ରାସ୍ତାରେ ବସିରହିବା ଦ୍ୱାରା ଭଦ୍ରକ ଆନନ୍ଦପୁର ରାସ୍ତାରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା। ମଧ୍ୟାହ୍ନରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଅଲେଖ ଚନ୍ଦ୍ର ମଲ୍ଲିକ, କୃଷ୍ଣଚନ୍ଦ୍ର ଜେନା, ଧନୁର୍ଦ୍ଧର ଆୟଚ, ରବିନ୍ଦ୍ର କୁମାର ଜେନା, ସରପଞ୍ଚ ନିମାଇଁ ସାମଲ, ୩୪ନଂ ଜୋନର ସଭାପତି ପ୍ରଦୀପ ମହାନ୍ତି, ୩୫ନଂ ଜୋନର ସଭାପତି ନୃଷିହଂ ଚରଣ ସେଠୀ, ୩୬ନଂ ଜୋନର ସଭାପତି ସୁବ୍ରତ କୁମାର ମହାପାତ୍ର, ୩୭ନଂ ଜୋନର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ବରଜି ସ୍ୱାଇଁ, କାଳିଆ ସ୍ୱାଇଁ, ଟୁକୁ ଜେନା, କିଶାନ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ସୁରଥ ମହାକୁଡ, ଲିଟୁ ରାଉତ, କାହ୍ନା ଜେନା, ରବି ମହାପାତ୍ର, ବୁଲୁ ରାଉତ, ତାପସ କୁମାର ରାୟ, ପିଣ୍ଟୁ ନାୟକ, ବାବୁଲା କାଣ୍ଡି, ଚଣ୍ଡି ପାଣିଗ୍ରାହୀ, ବୁଦ୍ଧଦେବ ଜେନା, ଅକ୍ଷୟ ମହାପାତ୍ର, ସୁଧାଶୁଂ ଦାସ, ରଜନୀକାନ୍ତ ଜେନା, ପଦ୍ମନାଭ ମାଝୀଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ କଂଗ୍ରେସ କର୍ମୀମାନେ ତରତରା ଛକଠାରୁ ଏକ ମୋଟର ସାଇକେଲ ରାଲିରେ ଶାଳଣିଆଁ ପର୍ଯ୍ୟନ୍ତ ଯାଇଥିଲେ। ବ୍ଲକ କଂଗ୍ରେସ ସଭାପତି ଚିତ୍ତ ରଞ୍ଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଛେନାପଦିଛକରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଜୟଦେବ ଜେନା ଓ ଅଲେଖ ମଲ୍ଲିକ ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୈଳବୃଦ୍ଧି ନୀତିକୁ ସମାଲୋଚନା କରିଥିଲେ। ଏହା ଦ୍ୱାରା ସମଗ୍ର ଭାରବର୍ଷର ଲୋକମାନେ ନାନା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିବା ସହ ମୋଦୀଙ୍କ ଅଛେ ଦିନ କୁଆଡେ ଗଲା ବୋଲି ପ୍ରଶ୍ନ କରିଥିଲେ। ଖାଲି କେନ୍ଦ୍ର ସରକାର ନୁହଁ ରାଜ୍ୟ ସରକାରବି ଏଥିପ୍ରତି ଦାୟୀ ବୋଲି କହିଥିଲେ। ଆଗାମି ନିର୍ବାଚନରେ ଲୋକମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ଜେନା ଆହ୍ୱାନ ଦେଇଥିଲେ।

ସେହିପରି ବିଦ୍ୟାଧରପୁର ଠାରେ ମାୟାଧର ଦିଅଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ମନ୍ଦରଧର ସାମଲ, ସୁରେନ୍ଦ୍ର ଜେନା, ସୁଦର୍ଶନ ମଲ୍ଲିକ, ହଳଧର ଦିଅ, ଆନନ୍ଦ ଜେନା, ହରିଶ୍ଚନ୍ଦ୍ର ଜେନା, ଅଜୁ ମିଶ୍ର, ରଘୁନାଥ ପଣ୍ଡା, ନାରାୟଣ ରାଉତଙ୍କ ସମେତ ଅନେକ କଂଗ୍ରେସ କର୍ମୀ ପିକେଟିଂ କରି ଦୋକାନବଜାର ବନ୍ଦ କରିବା ସହିତ ଟାୟାର ଜାଳି ରସ୍ତା ଅବରୋଧ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top