ଓଡ଼ିଶା

ତୈଳଦର ବୃଦ୍ଧିର ପ୍ରତିବାଦ: ପେଟ୍ରୋଲ ପମ୍ପରେ ଧାରଣା ଦେଲା ବିଜେଡି

ପୁରୀ:୭/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର। ପେଟ୍ରୋଲ, ଡିଜେଲ ଦର ଆକାଶ ଛୁଆଁ ଯୋଗୁ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। କେନ୍ଦ୍ର ସରକାର ତୈଳ ଦର ଦିନକୁ ଦିନ ବୃଦ୍ଧି କରି ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ଲଦିଛନ୍ତି। ଏହାର ପ୍ରତିବାଦ କରିଛି ବିଜେଡି। ଶୁକ୍ରବାର ଦିନ ଦଳ ପକ୍ଷରୁ ପେଟ୍ରୋଲ ପମ୍ପ ନିକଟରେ ଧାରଣା ଦେଇ ପ୍ରତିବାଦ କରିଛି ବିଜେଡି। ଧାରଣାରେ ଶତାଧିକ ଦଳୀୟ କର୍ମୀ ଅଂଶଗ୍ରହଣ କରି କେନ୍ଦ୍ର ସରକାରଙ୍କର ତେଳ ଦର ବୃଦ୍ଧିର ତୀବ୍ର ପ୍ରତିବାଦ କରିଥିଲେ। କର୍ମୀମାନେ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ତୈଳ ଦର ବୃଦ୍ଧିର ତୀବ୍ର ନିନ୍ଦା କରିଥିଲେ। ବିଜେଡି ଅଭିଯୋଗ କରିଛି ଯେ କେନ୍ଦ୍ର ସରକାରଙ୍କ ତୈଳ ମନ୍ତ୍ରଣାଳୟ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଜନବିରୋଧୀ ମନୋଭାବ ଯୋଗୁ ତୈଳ ଦର ଲଗାତାର ଭାବେ ବଢ଼ିବାରେ ଲାଗିଛି। ଏହାଦ୍ୱାରା ଗାଡି ମୋଟର ବ୍ୟବହାର କରୁଥିବା ଲୋକମାନେ ବିଶେଷ କ୍ଷତିଗ୍ରସ୍ଥ ହେଉଛନ୍ତି। ତୈଳ ଦର ବୃଦ୍ଧି ଯୋଗୁ ଏହାର ପ୍ରଭାବରେ ସାଧାରଣ ଲୋକ ଗରିବ ଓ ମଧ୍ୟବିତର ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି। ଏହି ଧାରଣାରେ ସବ୍ୟସାଚୀ ମହାପାତ୍ର, ଜୟନ୍ତ କୁମାର ଷଡଙ୍ଗୀ, ଶାନ୍ତିଲତା ପ୍ରଧାନ, ବଳରାମ ରେଡ୍ଡୀ, ପ୍ରୀତମ ଜଗଦେବ, ପ୍ରଶାନ୍ତ ପଟ୍ଟନାୟକ, ନାରାୟଣ ପଟ୍ଟନାୟକ, ନୀଳକଣ୍ଠ ନାୟକ, ବାବୁଲା ପ୍ରସାଦ, ବେଣୁଧର ସେଠୀ, ବିନୋଦିନୀ ଦାସ ଓ ଭାରତୀ ମହାପାତ୍ରଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏହି ଧାରଣାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାର ଦାବି ନଶୁଣିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେଡି କର୍ମୀମାନେ ମତବ୍ୟକ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top