ଓଡ଼ିଶା

ବାଲେଶ୍ୱର: ତୈଳଦର ବିରୋଧରେ କଂଗ୍ରେସର ହରତାଳ ଓ ବନ୍ଦ ସଫଳ

ବାହାନଗା/ବାଲେଶ୍ୱର, ୧୦/୦୯ (ଓଡ଼ିଆ ପୁଅ / ଭାରତୀ ଦାସ)- କେନ୍ଦ୍ର ସରକାରଙ୍କର ତୈଳ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ଭାରତ ବନ୍ଦ ଡାକରାଦେଇଛି। ପ୍ରତିବାଦରେ ସମସ୍ତ ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଦୋକାନ, ବଜାର, ସ୍କୁଲ କଲେଜ, ଦପ୍ତର, ଅଫିସ, ଯାନବାହନ ଚଳାଚଳ ବନ୍ଦ କରିବା ସହ ଶତାଧିତ କର୍ମୀ ସାମିଲ ହୋଇଥିବାର ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକରେ କଂଗ୍ରେସ ପକ୍ଷରୁ ବାହାନଗା ବ୍ଲକର ସଦର ମହକୁମା ଠାରୁ ଆରମ୍ଭ କରି ଗ୍ରାମଞ୍ଚଳ ସବୁ ସ୍ଥାନ ମାନଙ୍କରେ କଂଗ୍ରେସର ଶତାଧିକ କର୍ମର୍ୀ ଜିଲ୍ଲା କଂଗ୍ରେସର ସଭାପତି ଶରତ ରାଜଙ୍କ ନେତୃତ୍ୱରେ ୨ହଜାରରୁ ଉର୍ଦ୍ଧ ବାଇକରେ ରାଲି କରିବା ସହ ଗୋପାଳପୁର ବଜାରରେ ଏକ ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମାରଣ ନୀତିକୁ ସମାଲୋଚନା କରିଥିଲାା ଏହି ରାଲିରେ ୧୮ନଂ ଜୋନ ର ସଭାପତି ବେଣୁଧର ଜେନା, ୧୯ନଂ ଜୋନର ସଭାପତି ମଣ୍ଟୁ ପାଣ୍ଡିଆ, ୨୦ନଂ ଜୋନର ସଭାପତି ସୁଶାନ୍ତ ପଣ୍ଡା ଯୋଗ ଦାନ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ଏହା ସହ ବ୍ଲକର ୨୪ଟି ପଞ୍ଚାୟତର ୨ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ୱାର୍ଡ଼ ସଭ୍ୟ/ସଭ୍ୟା ସାମିଲ ହୋଇଥିଲେ। ଏହାର ପ୍ରଭାବରେ ବାହାନଗା ଓ ଗୋପାପୁର ଅଞ୍ଚଳର ଦେକାନ, ବଜାର, ସ୍କୁଲ, କଲେଜ, ଅଫିସ, ବ୍ୟାଙ୍କ ବନ୍ଦ ପରିଲକ୍ଷିତ ହେବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top