ତୈଳଦର ପ୍ରତିବାଦରେ ସୁକିନ୍ଦା ବିଜେଡି ପକ୍ଷରୁ ଜନଜାଗରଣ ସମାବେଶ

ଯାଜପୁର-୩୦/୫(ଓଡିଆ ପୁଅ/ଏ.ରାଉତ) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆଜି ସୁକିନ୍ଦା ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଆଜ ସୁକିନ୍ଦା ବିଜେଡି ପକ୍ଷରୁ ସୁକିନ୍ଦା ବ୍ଲକ ସମ୍ମୁଖରେଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା । ସଭାର ସଭାପତି ବିବେକା ବୋଷ ସଭାପତିତ୍ୱରେ କରିଥିଲେ । ଏହି ସଭାରେ ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡାଇ ଯୋଗଦେଇ କେନ୍ଦ୍ରସରକାର ଆଜକୁ ୪ ବର୍ଷ ହେଲା ଶାସନଗାଦିରେ ବସିଥିଲାବେଳେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଥିବା ଅଭିଯୋଗ କରିଥିଲେ । ନିଜେ ଉତ୍ପାଦ ଶୁଳ୍କକୁ ବଢାଇ ରାଜ୍ୟ ସରକାର ଜିଏସଟି କମାଇବାକୁ କେନ୍ଦ୍ରସରକାର ବାରମ୍ବାର ଦାବି କରିଥିଲାବେଳେ ଏହା କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ବୋଲି କହିଥିଲେ । ଦିନକୁଦିନ ପେଟ୍ରୋଲର ମୂଲ୍ୟବୃଦ୍ଧି ଘଟିବା ଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଥିବା ନେଇ ମତ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାର ତୁରନ୍ତ ତୈଳଦର କମାଇବାକୁ ଅନ୍ୟ ବକ୍ତାମାନେ ଦାବି କରିଥିଲେ । ଏହାପରେ ଏକ ପ୍ରତିନିଧି ଦଳ ସୁକିନ୍ଦା ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପଦ୍ମାବତୀ ଜେନା,ଉପଧ୍ୟାକ୍ଷା ଦିବ୍ୟଶଂକର ବରାଳ,ବରିଷ୍ଠ ବିଜେଡି ନେତା ଅମେଳେନ୍ଦୁ ବେହୁରା,ବିଶ୍ୱଜିତ ବେହୁରା, ସଭାନେତ୍ରୀ ଭଗବତୀ ମାହନ୍ତ ,ସରୋଜୀନି ରାଜ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ ବଜେଡି ସଭାପତି ପ୍ରଦୀପ କୁମାର ମହାନ୍ତି,ସୁକିନ୍ଦା ବ୍ଲକ ଯୁବ ବିଜେଡି ସଭାପତି ଦେବୀ ପ୍ରସାଦ ମହାନ୍ତି,ସାସ୍ୱତ ବେହୁରା ସମେତ ବହୁ ବିଜେଡି କର୍ମୀ ଓ ମହିଳା ଯୁବକ ମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *