ତୈଳଦର ପ୍ରତିବାଦରେ ; ଧର୍ମଶାଳା ବିଜେଡି ପକ୍ଷରୁ ଜନଜାଗରଣ ସମାବେଶ

ଯାଜପୁର-୩୦/୫(ଓଡିଆ ପୁଅ/ଏ.ରାଉତ) ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆଜି ଧର୍ମଶାଳା ବିଜେଡି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଆଜ ଧର୍ମଶାଲା ବିଜେଡି ପକ୍ଷରୁ ଧର୍ମଶାଳାବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା। ସଭାର ସଭାପତି ଜଳଧର ମହାନ୍ତିଙ୍କ ସଭାପତିତ୍ୱରେ କରିଥିଲେ। ଏହି ସଭାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଯୋଗଦେଇ କେନ୍ଦ୍ରସରକାର ଆଜକୁ ୪ ବର୍ଷ ହେଲା ଶାସନଗାଦିରେ ବସିଥିଲାବେଳେ ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଥିବା ଅଭିଯୋଗ କରିଥିଲେ। ନିଜେ ଉତ୍ପାଦ ଶୁଳ୍କକୁ ବଢାଇ ରାଜ୍ୟ ସରକାର ଜିଏସଟି କମାଇବାକୁ କେନ୍ଦ୍ରସରକାର ବାରମ୍ବାର ଦାବି କରିଥିଲାବେଳେ ଏହା କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ବୋଲି କହିଥିଲେ। ଦିନକୁଦିନ ପେଟ୍ରୋଲର ମୂଲ୍ୟବୃଦ୍ଧି ଘଟିବା ଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ବ୍ୟାପକ ପ୍ରଭାବ ପଡୁଥିବା ନେଇ ମତ ପ୍ରକାଶ ପାଇଥିଲା। କେନ୍ଦ୍ର ସରକାର ତୁରନ୍ତ ତୈଳଦର କମାଇବାକୁ ଅନ୍ୟ ବକ୍ତାମାନେ ଦାବି କରିଥିଲେ। ଏହାପରେ ଏକ ପ୍ରତିନିଧି ଦଳ ଧର୍ମଶାଳା ବିଡିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରୀତା ତରାଇ, ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ବରିଷ୍ଠ ବିଜେଡି ନେତା ଜଳଧର ସାହୁ, ଦୁଃଶାସନ ସାହୁ, ଦୀଲିପ ବଳ, ପିତାମ୍ବର ନାୟକ, ଉତ୍କଳ ଦାସ, ନିରଜଂନ ରାଉତ, ମହିଳା ସଭାନେତ୍ରୀ ରେଣୁବାଳା ଶତପଥୀ, ଜିଲାପରିଷଦ ସଭ୍ୟା ମମତା ଦଣ୍ଡପାଟ, ଯାଜପୁର ଜିଲା ଯୁବ ବିଜେଡି ସାଧରାଣ ସମ୍ପାଦକ କ୍ଷୀତିଷ କୁମାର ନାୟକ, ନିର୍ବାଚନ ମଣ୍ଡଳୀ ସଭାପତି ସବ୍ୟସାଚୀ ସୁନ୍ଦର ରାୟ, ବ୍ଲକ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତ, ଛାତ୍ର ସଭାପତି ସୈାମ୍ୟ ପ୍ରକାଶ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *