ତେହେରାନପୁର ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଦାବୀ

ତାଳଚେର,୧୨/୩(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଦାବୀ ହୋଇଛି । ପ୍ରାୟ ୬ଶହ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଗ୍ରୀଷ୍ମ ଋତୁରେ ପ୍ରବଳ ଜଳାଭାବ ଦେଖା ଦେଇଥାଏ । ଚଳିତବର୍ଷ ମଧ୍ୟ ଗ୍ରୀଷ୍ମ ଋତୁର ଆବିର୍ଭାବ ଯୋଗୁଁ ବ୍ୟବହୃତ କୂଅଗୁଡ଼ିକ ଶୁଖିଗଲାଣି । ଫଳରେ ଲୋକେ ବାଧ୍ୟ ହୋଇ ନନ୍ଦିରା ଯୋରର ଜଳକୁ ବ୍ୟବହାର କରୁଛନ୍ତି । ଯଦ୍ୱାରା ଲୋକେ ଝାଡ଼ା,ବାନ୍ତି,ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଏପରି ଜଳାଭାବରେ ଲୋକେ ସମ୍ମୁଖୀନ ହୋଇ ଆସୁ ଥିବାବେଳେ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବରୁ ଅନେକବାର ଅବଗତ ମଧ୍ୟ କରାଇଛନ୍ତି । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ତାଳଚେରରେ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ଅନେକ ଗ୍ରାମରେ ଏବେ ସୁଦ୍ଧା ପାନୀୟ ଜଳ ସମସ୍ୟା ପୂର୍ବପରି ଜାରି ରହିଛି । ଜଳକ୍ଲିଷ୍ଟ ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦେବାକୁ ନିୟମ ରହିଥିଲେ ମଧ୍ୟ ତାହାକୁ ବାଟମାରଣା କରାଯାଉଥିବାର ଅଭିଯୋଗ ହୋଇଛି । ସ୍ଥାନୀୟ ଅଂଚଳରେ ଜଳଯୋଗାଣ ସମ୍ପୂର୍ଣ୍ଣଭାବେ ଦିଗହରା ହୋଇପଡ଼ିଛି । ତେବେ ଏପରିଭାବେ ଉକ୍ରଟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ତେହେରାନପୁର ଗ୍ରାମକୁ ପ୍ରତ୍ୟେକ ଦିନ ୬ଟି ଲେଖାଏଁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଗଲେ ଗଲେ ଲୋକେ ପାନୀୟ ଜଳ ଠିକ୍ ଭାବେ ପାଇପାରନ୍ତେ ବୋଲି ଗ୍ରାମର ଅମୁଲି ନାଏକ,ମମତା ନାହାକ, ଅପରାଜିତା ଭୋଇ,ଝିଲି ନାହାକ,ପାଂଚାଳୀ ଭୋଇ,ସୁଜାତା ଗଡ଼ନାୟକ,ରଞ୍ଜିତା ବାରିକଙ୍କ ସମେତ  ବହୁ ଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ତରଫରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦେ୍ଶ୍ୟରେ ସୋମବାର ପୂର୍ବାହ୍ନରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *