ଓଡ଼ିଶା

ତେଲ ପାଇଁ ବନ୍ଦ ହେଲା ଭାରତ: ରାଉରକେଲାରେ ବନ୍ଦ ଶାନ୍ତିପୂର୍ଣ୍ଣ

ରାଉରକେଲା ୧୦-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଆଜି ତେଲ ପାଇଁ ବନ୍ଦ ରହିଥିଲା ପୁରା ଭାରତ। ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏହା ଏବେ ଓଡ଼ିଶା ସମେତ ସାରା ଦେଶରେ ଏକ ବଡ଼ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଆଜି କଂଗ୍ରେସ, ବାମପନ୍ଥୀ ଦଳ ସମେତ ୧୭ଟି ରାଜନେତିକ ଦଳ ଏହାକୁ ସମର୍ଥନ ଦେଇଥିଲେ। ଭାରତ ବନ୍ଦର ପ୍ରଭାବ ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଥିଲା। ସକାଳ ୬ଟାରୁ ଆନ୍ଦୋଳନକାରୀ ମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ସେହିପରି ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ, ସିନେମା ହଲ ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ଉପରେ ମଧ୍ୟ ବନ୍ଦର ପ୍ରଭାବ ଅନୁଭୂତ ହୋଇଥିଲା। ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିବା କାରଣରୁ ଯାତ୍ରୀ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ନେତୃତ୍ୱରେ ଦଳୀୟ କର୍ମୀ ମାନେ ବନ୍ଦରେ ସାମିଲ ହୋଇଥିଲେ। ବିଶ୍ରାଛକ, ପାନପୋଷ ଛକରେ କଂଗ୍ରେସ କର୍ମୀ ମାନେ ଧାରଣା ପ୍ରଦର୍ଶନ କରିଥିଲେ। ସେହିପରି ଦକ୍ଷିଣ ରାଉରକେଲା ସମେତ ସାରନଗରୀରେ ଭାରତ ବନ୍ଦର ପ୍ରଭାବ ଆଜି ଦେଖିବାକୁ ମିଳିଥିଲା। କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ମାନେ ବନ୍ଦରେ ସାମିଲ ହୋଇ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଇଥିଲେ। ଅଂଚଳର ସମସ୍ତ ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା। ବସ ଚଳାଚଳ ବନ୍ଦ ହେବା କାରଣରୁ ଯାତ୍ରୀ ମାନେ ହଟହଟାର ସମ୍ମୁଖୀନ ହୋଇଥିଲେ। ପେଟ୍ରୋଲ, ଡିଜେଲ ତଥା ଇନ୍ଧନ ଗ୍ୟାସ ଦରବୃଦ୍ଧିର ପ୍ରତିବାଦ ତଥା ଜିଏସଟି ଅର୍ନ୍ତଭୁକ୍ତ କରିବା, କୃଷକ ମାନଙ୍କୁ ରୁଣ ଛାଡ଼, ଧାନର ସହାୟକ ମୂଲ୍ୟ କୁଇଟାଂଲ ପ୍ରତି ୩ ହଜାର ଟଙ୍କା ଓ ପର୍ଯ୍ୟାପ୍ତ ପରିମାଣର ସାର, ବିହନ ଯୋଗାଣ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରବୃଦ୍ଧି ବନ୍ଦ କରିବା ତଥା ଟଙ୍କାର ଅବମୂଲ୍ୟାୟନକୁ ନିୟନ୍ତ୍ରଣ କରିବା ଦାବିରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଦକ୍ଷିଣ ରାଉରକେଲା ରଙ୍ଗୋଲି ଛକରେ କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ମାନେ ଏକଜୁଟ ହୋଇ ଜାତୀୟ ରାଜପଥ-୧୪୩ ଅବରୋଧ କରିବାକୁ ଶହଶହ ଟ୍ରକ ରାସ୍ତା କଡ଼ରେ ଅଟକି ରହିଥିଲା। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସମସ୍ତ ପ୍ରମୁଖ ଛକରେ ପୁଲିସ କର୍ମୀ ମୁତୟନ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top