ଓଡ଼ିଶା

ତେଲ ଦର ଟିକସ ପ୍ରସଙ୍ଗ: – କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁର୍ନିତୀ ପ୍ରସଙ୍ଗର ବକ୍ତବ୍ୟକୁ କଦର୍ଥ କରି ବିଜେଡି ମୁଖପାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ କେବଳ ସୁରକ୍ଷା ଯୋଗାଇ ଦେବା ପାଇଁ କହିଛନ୍ତି – ଲେଖାଶ୍ରୀ

ତେଲ ଦର ମାମଲାରେ କେନ୍ଦ୍ରୀୟ ଟିକସ ହ୍ରାସ ଓ ରାଜ୍ୟ ଟିକସ ହ୍ରାସ ଉଚିତ୍ ନୁହେଁ ବୋଲି ବିଜେଡି ମୁଖପାତ୍ରଙ୍କ ବକ୍ତବ୍ୟ ପ୍ରସଙ୍ଗରେ
ଟିକସ ହ୍ରାସ ଶାସକ ବିଜେଡିର ମୁଖପାତ୍ର ତଥା ତତ୍କାଳୀନ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସଙ୍କ ଯୁକ୍ତି ଅତ୍ୟନ୍ତ ଅପରିପକ୍ୱ ଓ ବିଭ୍ରାନ୍ତକାରୀ: ବିଜେପି

ଭୁବନେଶ୍ୱର, ତା.୧୬/୦୯ (ଓଡ଼ିଆ ପୁଅ) : ତେଲ ଦର ମାମଲାରେ କେନ୍ଦ୍ରୀୟ ଟିକସ ବହୁତ ବଢିଯାଇଛି, ରାଜ୍ୟ ଟିକସ କମାଇବା ଉଚିତ୍ ନୁହଁ ବୋଲି ଶାସକ ବିଜେଡିର ମୁଖପାତ୍ର ଓ ବିଶେଷ କରି କିଛି ମାସ ପୂର୍ବରୁ କଂଗେସରୁ ଆସି ବିଜେଡିର ମୁଖପାତ୍ର ସାଜିଥିବା ସୁଲୋଚନା ଦାସ ଯୁକ୍ତି ବାଢିଛନ୍ତି। ଏହା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ ସାଧାରଣ ଜନତାଙ୍କୁ କେବଳ ବୋକା ବନାଇବା ଉଦ୍ଦେଶ୍ୟ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ.ଲେଖାଶ୍ରୀ କହିଛନ୍ତି ଯେ, ୟୁପିଏ ଶାସନରେ ୧.୪ଲକ୍ଷ କୋଟିର ଅଏଲ ବଣ୍ଡ ଋଣ ହୋଇଥିଲା। ବର୍ତମାନର କେନ୍ଦ୍ର ସରକାର କଂଗ୍ରେସ ସମୟରେ ହୋଇଥିବା ସେହି ଋଣ ଓ ସୁଧ ବୋଝକୁ ସୁଝୁଛନ୍ତି। ଏବେ ଶାସକ ବିଜେଡିର ମୁଖପାତ୍ର ସାଜିଥିବା ତତ୍କାଳୀନ କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଦାସ ଏ ସମସ୍ତ ପ୍ରସଙ୍ଗକୁ ଭଲ ଭାବେ ଜାଣିଛନ୍ତି। ଏହା ସତ୍ୱେ ଶ୍ରୀମତୀ ଦାସ ଏଭଳି ଅପରିପକ୍ୱ ଓ ଦାୟୀତ୍ୱହୀନ ମନ୍ତବ୍ୟ ଦେଇ ସାଧାରଣ ଜନତାଙ୍କୁ ବୋକା ବନାଇବାର ପ୍ରଚେଷ୍ଟାକୁ ଡ.ଲେଖାଶ୍ରୀ କଡା ଭାଷାରେ ନିନ୍ଦା କରିଛନ୍ତି।

ଡ.ଲେଖାଶ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ଟିକସରୁ ରାଜ୍ୟର ଅଂଶ ଭାବେ ଟଂକାକରେ ୪୨ ପଇସା ରାଜ୍ୟ ସରକାରଙ୍କ ପାଖକୁ ସିଧାସଳଖ ଆସିଥାଏ। ଏହା ଛଡା ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡିଶାକୁ ୟୁପିଏ ସରକାର ତୁଳନାରେ ହଜାର ହଜାର କୋଟି ଟଂକା ଅଧିକ ଅନୁଦାନ ଆସିଛି। ଏ ସମସ୍ତ ବାସ୍ତବତା ଜାଣିବା ସତ୍ୱେ ଶାସକ ବିଜେଡିର ମୁଖପାତ୍ରମାନେ ଏଭଳି ଯୁକ୍ତି ବାଢିବା ଆଦୈା ଗ୍ରହଣୀୟ ନୁହେଁ ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ତେଲ ଦର ବଢିଲେ ସବୁଠୁ ଅଧିକ ଲାଭ ରାଜ୍ୟ ସରକାରଙ୍କୁ ମିଳିଥାଏ। ଗତ ବର୍ଷ କେନ୍ଦ୍ର ସରକାର ୨ ଟଙ୍କା ଏକ୍ସାଇଜ ଟିକସ କମେଇଥିବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଏହାକୁ ବିରୋଧ କରିଥିଲେ। ଏପରିକି ଏହା ଦ୍ୱାରା ରାଜ୍ୟ ୧ ଟଙ୍କା ୩୬ ପଇସା କ୍ଷତି ସହୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ ବଡ ପାଟି କରି କହିଥିଲେ। ତେଣୁ ତେଲ ଦର ମାମଲାରେ କିଏ ସତ କହୁଛି ଆଉ ମିଛ କିଏ କହୁଛି ତାହା ସ୍ପଷ୍ଟ ହୋଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ମୁଳରୁ ଦୁର୍ନିତୀକୁ ପ୍ରୋତ୍ସାହନ କରୁଥିଲେ ଏବଂ ଦୁର୍ନିତୀଖୋରଙ୍କୁ ଘଂଟ ଘୋଡାଉଥିଲେ। ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ସମସ୍ତ ଦୁର୍ନିତୀ ହେଉଥିବାର ବିଜେପି ବାରମ୍ବାର ଅଭିଯୋଗ କରିଆସିଛି। ଦାମବାବୁଙ୍କ ଦୁର୍ନିତୀ ପ୍ରସଙ୍ଗରେ ବର୍ତମାନର ବକ୍ତବ୍ୟ ପରେ ନିଜକୁ ସ୍ୱଚ୍ଛ ଓ ନିର୍ମଳ ବୋଲାଉଥିବା ମୁଖ୍ୟମନ୍ତ୍ରୀଙ୍କ ଅସଲ ମୁଖାର ସତ୍ୟ ବର୍ତମାନ ସାମ୍ନାକୁ ଆସୁଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁର୍ନିତୀ ପ୍ରସଙ୍ଗରେ ବକ୍ତବ୍ୟକୁ କଦର୍ଥ କରି ବିଜେଡି ମୁଖପାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ କେବଳ ସୁରକ୍ଷା ଯୋଗାଇ ଦେବା ପାଇଁ କହିଛନ୍ତି ବୋଲି ଡ.ଲେଖାଶ୍ରୀ କହିଛନ୍ତି।

ଶାସକ ବିଜେଡି କାହାକୁ ଦଳରେ ରଖିବେ ନରଖିବେ ତାହା ତାଙ୍କର ଆଭ୍ୟନ୍ତରୀଣ ବ୍ୟାପାର। ମାତ୍ର ଦୁର୍ନିତୀ ଅଭିଯୋଗ ଆସିଲେ କିଛି ସମୟ ପାଇଁ ଦଳରୁ ବାହାର କରିଦେଇ ପୁଣି ସେହି ଦୁର୍ନିତୀଗ୍ରସ୍ତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ପଟଦାର ବନେଇଥାନ୍ତି। ଅତୀତରେ ଦୁର୍ନିତିରେ ଅଭିଯୁକ୍ତ ପ୍ରଶାନ୍ତ ନନ୍ଦ, ସଂଜୟ ଦାସବର୍ମା, ପ୍ରଣବ ବଳବନ୍ତରାୟ, ପ୍ରଦୀପ ପାଣିଗ୍ରାହୀ, ପ୍ରଦୀପ ମହାରଥି ଭଳି ବହୁ ନେତା ଆଜି ବିଜେଡିର ମୁଖ୍ୟ କାର୍ପଟଦାର ସାଜିଛନ୍ତି। ଏ କଥା ମଧ୍ୟ ସତ ନା ମିଛ ତାହା ବିଜେଡି ମୁଖପାତ୍ରମାନେ ସ୍ପଷ୍ଟ କରନ୍ତୁ ବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top