ଓଡ଼ିଶା

ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିନବ ତରିକାରେ ବିକ୍ଷୋଭ

ରାୟଗଡା ତା-୧୧/୦୯/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ତେଲ ଓ ରନ୍ଧନ ଗ୍ୟାସ ଦରବୃଦ୍ଧିକୁ ବିରୋଧ କରି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିନବ ତରିକାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଶତାଧିକ କର୍ମୀମାନେ ସ୍ଥାନୀୟ କପିଳାସ ଛକଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରୁନଥିବା ବେଳେ ଦେଶର ଗରୀବ ଓ ମଧ୍ୟବର୍ତ୍ତୀ ପରିବାରଙ୍କୁ ବହୁମାତ୍ରାରେ ପ୍ରଭାବିତ କରୁଥିବା ଯୋଗୁଁ ଏହାକୁ ବିରୋଧ କରି କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ନବୀନ ସରକାରଙ୍କ ବିରୋଧରେ ନାନା ସ୍ଳୋଗାନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଧମେନ୍ଦ୍ର ପ୍ରଧାନ, ଅରୁଣ ଜେଟଲୀ ଓ ଅମିତ ଶାହାଙ୍କ କୁଶପୁତଳିକା ଦାହ କରି ଏକ ଅଭିନବ ଦୃଶ୍ୟରେ କୁଶପୁତଳିକାର ଚିତାଭସ୍ମକୁ ମାଟି କଳସଗୁଡିକରେ ରଖି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଠାରେ ଥିବା ମୂଖ୍ୟ ନର୍ଦ୍ଦମାରେ ଜଣ ଜଣକ ନେତାଙ୍କ ଅସ୍ତି ବା ଚିତାଭସ୍ମ ଭାବେ ବିର୍ସଜନ କରିଛନ୍ତି । ଏହାକୁ ନେଇ ଆଜ ସହରରେ ବହୁ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କିଛି ବାଜପା ଓ ବିଜେଡି ପକ୍ଷରୁ ନିନ୍ଦା କରିଛନ୍ତି। ପରେ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗରଭବନ ଠାରେ ଅନୁଷ୍ଠିତ ଆପର ଯୁବ ସମାବେଶରେ ଭ୍ରଷ୍ଟ ରାଜନୀତିରେ ପରିବର୍ତନ ଆଣିବା ପାଇଁ ଏବଂ ପ୍ରତ୍ୟେକ ଗଳିକନ୍ଦିରେ ଯାଇ ଲୋକଙ୍କର ଦୁଃଖ ବୁଝି ସାମାଜିକ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଶପଥ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top