ତେଲକୋଇ ରେ ପଥରରେ ଛେଚି ଯୁବଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର ତା ୭.୧୨.୧୭ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ପୁର ଗାଁ କୁଦୁର ସାହୀରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକଙ୍କ ନାମ ହେମରମ। ଗତ ବୁଧବାର ସଂଧ୍ୟା ସମୟରେ ଯୁବକ ହେମରମ୍ ଲକ୍ଷ୍ମୀ ନାରାୟଣ ପୁରରୁ ନିଜ ଗ୍ରାମ ରଙ୍ଗମାଟିଆକୁ ଫେରୁଥିବା ବେଳେ କୁଦୁର ସାହୀର ଜଙ୍ଗଲିଆ ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ ରାସ୍ତାରୁ ଘୋଷାଡ଼ି ନେଇ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡିଛି। ହତ୍ୟା ପଛର ସତ୍ୟ ଜଣା ପଡି ନଥିଲେ ମଧ୍ୟ ଯେହେତୁ ମୃତକ ଜଣେ ଗୋରୁ ବେପାରୀ, ସେହି ଦୃଷ୍ଟିରୁ ଟଙ୍କା ପଇସା ଲୋଭରେ ତାଙ୍କୁ ହୁଏତ ହତ୍ୟା କରାଯାଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *