କୋରାପୁଟ

ତେନ୍ତୁଳିଗଛରୁ ପଡି ଯୁବକ ମୃତ

କୋରାପୁଟ ; ତା୧୨-୦୪-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସଦର ଥାନା ମହାଦେଇପୁଟ ଗ୍ରାମରେ ଜଣେ ଯୁବକ ତେନ୍ତୁଳିଗଛରୁ ପଡି ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ମହାଦେଇପୁଟ ଆଦିବାସୀ ସାହିର ପଦ୍ମନ ଜାନୀ(୩୦) ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ପଦ୍ମନ ଓ ତାଙ୍କ ସ୍ତ୍ରୀ ଆଜି ପୂବାହ୍ନ୍ନରେ ତେନ୍ତୁଳି ତୋଳିବାକୁ ଯାଇଥିଲେ । ପଦ୍ମନ ଗଛରେ ଚଢି ତେନ୍ତୁଳି ତୋଳୁଥିବା ସମୟରେ ତଳକୁ ଖସି ପଡିଥିଲେ ଓ ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରିବାକୁ ଆଣୁଥିବା ବେଳେ ହସପିଟାଲରେ ପହଂଚିଲାବେଳକୁ ଡାକ୍ତର ତାର ମୃତ୍ୟୁ ହୋଇଯାଇଥିବା ଘୋଷଣା କରିଥିଲେ । ଖବର ପାଇ ସଦର ପୋଲିସ ପହଂଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top