ତେନ୍ତୁଳିଖୁଣ୍ଟି ବ୍ଲକର ବାରିଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ବହୁ କ୍ଷତି

ନବରଙ୍ଗପୁର ୧୮-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବାରିଗୁଡା ଗ୍ରାମରେ ଧାନ ଗଦାରେ ନିଆଁ ଲାଗି ବହୁ କ୍ଷତି ହୋଇଛି। ମଙ୍ଗଳବାର ଦିନ ସଂପୃକ୍ତ ଗ୍ରାମର ଏକ ଧାନ ଖଳାରେ ନିଆଁ ଲାଗିଯିବାରୁ ଖଳାରେ ଥିବା ବିଭିନ୍ନ ଚାଷୀଙ୍କ ଧାନଗଦାରେ ନିଆଁ ଲାଗିଯାଇଛି। ୧୭ଜଣ ଚାଷୀ ଧାନ କାଟିବାପରେ ଅମଳ ପାଇଁ ଖଳାରେ କଟାଧାନକୁ ଗଛିତ ରଖିଥିଲେ। ଗ୍ରାମବାସୀମାନଙ୍କ ସମେତ ତେନ୍ତୁଳିଖୁଣ୍ଟି ଅଗ୍ନିଶମ ବିଭାଗର ଦମକଳ ଉଦ୍ୟମରେ ନିଆଁକୁ ଆୟତ କରାଯାଇଥିଲା। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *