Home କୋରାପୁଟ ତେନ୍ତୁଲିପଡା /ପୋଡାଗଡ ନଦୀଘାଟରେ ମଟର ଲଂଚ ଦେବାକୁ ଦାବି

ତେନ୍ତୁଲିପଡା /ପୋଡାଗଡ ନଦୀଘାଟରେ ମଟର ଲଂଚ ଦେବାକୁ ଦାବି

96

କୋରାପୁଟ ; ତା୦୩-୧୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଉମ୍ବେଲ ପଂଚାୟତର ତେନ୍ତୁଲିପଡା ଗ୍ରାମବାସୀ ନଦୀଘାଟରେ ଏକ ମଟର ଲଂଚ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ସୁନାବେଡା ଓ ସେମିଲିଗୁଡା ସହରକୁ ବିଭିନ୍ନ ଜିନିଷ କ୍ରୟ ବିକ୍ରୟ କରିବାକୁ ଡଙ୍ଗା ନ ଥିବାରୁ ନଦୀପାର ହୋଇ ଯିବା ଆସିବା କରୁଥିବାରୁ ଗ୍ରାମବାସୀ ଅନେକ ଅସୁବିଦାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି।କୋରାପୁଟିଆ ଜନ ସୁରକ୍ଷା ସଂଘର ତ୍ରିଲୋଚନ ମୁଦୁଲି, ପୂର୍ଣ୍ଣଚନ୍ଦ୍ର ଜାନୀ, , ରାମ ମୁଦୁଲି, ବଳରାମ ଖିଲ, ଚୈତନ୍ୟ ଶିଶା ଓ ମନୋଜ ଶିଶାଙ୍କ ସହ ଅନ୍ୟମାନେ କୋରାପୁଟ ଆସି ଦାବି ଜଣେଇଥିଲେ।କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଦାବିପତ୍ର ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.