ତେଜିଲା କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାଦାବି

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଐତିହ୍ୟ ସଂପନ୍ନ ସହର ଶ୍ରୀକ୍ଷେତ୍ର। ଶ୍ରୀକ୍ଷେତ୍ର ପ୍ରତିଷ୍ଠା ହେବା ପରେ ଦରକାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଫଳରେ ଶ୍ରୀର ଜଗନ୍ନାଥ ସଂସ୍କୃତି ସଂପର୍କରେ ବିଶେଷ ଗବେଷଣା ହୋଇପାରିବ। ତେଣୁ ପୁରୀରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଏବେ ଦାବି ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ଗତକିଛି ମାସ ଧରି ଏହା ଦାବି ହୋଇ ଆସୁଥବା ବେଳେ ଏବେ ତାହା ଜୋର ଧରିଛି। ରବିବାର ଏନେଇ ଶ୍ରୀମନ୍ଦିର ସମ୍ମୁଖରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷର ୁବିଶ୍ୱ ବିଦ୍ୟାଳୟ ପ୍ରତତିଷ୍ଠା ପାଇଁ ଦୀପଦାନ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା। ପ୍ରାକ୍ତନ ନଗରପାଳ ଗୈାରହରୀ ପ୍ରଧାନ, ପିସିସିସଂପାଦକ ସୁଜିତ୍ ମହାପାତ୍ର, ଆଇନ୍ଜୀବୀ ବିଜୟ ମିଶ୍ର, ରୋଟାରିଆନ୍ ବିଭୁପ୍ରସାଦ ତ୍ରୀପାଠୀ, ଶୁଭାଶିଷଖୁଣ୍ଟିଆ, ସ୍ମୃତିରଂଜନ ପତି, ସମାଗସେବୀ ରାଜେଶ ମିଶ୍ର, ପ୍ରାକ୍ତନପୈାରସଦସ୍ୟା ଅଜୁଂ ପ୍ରଧାନ, ନଟବର ସାହୁ, ବିଭୁଦତ ଶୁବଚୁଧ୍ଦି, ସଗ୍ରାମ କେଶରୀ ଦାସ, ବିଶ୍ୱରଂଜନ ମହାପାତ୍ର, ସୁରେଶ ପ୍ରହରାଜ, ଶିବ ପ୍ରସାଦ ଦାସ, ବିଶ୍ୱ ପ୍ରସାଦ ପାଢୀଙ୍କ ସମେତ ଶତାଧିକ ବ୍ୟକ୍ତି ବିଶେଷ ଅରୁଣ ସ୍ତମ୍ଭ ନିକଟରେ ଦୀ ପଦାନ କରିବା ସହ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ବିଭିନ୍ନ ସ୍ଲୋଗାନ ଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ସହ ସେଥିରେ ଶ୍ରୀରଜଗନ୍ନାଥଙ୍କ କେୟାର ପ୍ରତଷ୍ଠା ପାଇଁ ସଂଗଠକ ମାନେ ଦାବି କରିଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *