ତୃତୀୟ ବାପୁ ମେମୋରିଆଲ କ୍ରିକେଟର ଦ୍ୱିତୀୟ ଦିବସ

ଭଦ୍ରକ, ୨୯ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବାପୁ ଫ୍ରେଣ୍ଡସ କ୍ଳବ ଆନୁକୂଲ୍ୟରେ ଚରମ୍ପା ଠାରେ ତୃତୀୟ ବାପୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ଭଦ୍ରକର ସଳନ୍ଦୀ ବାଇପାସ କ୍ଲବ ୧୫ଓଭରରେ ୯ୱିକେଟ ହରାଇ ୧୨୫ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ବାବୁ ଖାନ ସର୍ବାଧିକ ୬୦ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଗୋପାଳପୁର କ୍ଳବ ୧୪.୨ ଓଭରରେ ୬ୱିକେଟ ହରାଇ ୧୨୬ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ବି.ପୂର୍ଣ୍ଣେନ୍ଦୁ ୪୮ରନର ମ୍ୟାଚ ବିଜୟୀ ଇଂନିଙ୍ଗସ ଖେଳି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଳେ। ଦ୍ୱିତୀୟ ମ୍ୟାଚ ବେଲକୁଳାର ମା’ସରସ୍ୱତକ୍ର୍ବ ଓ ଚରମ୍ପା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚରମ୍ପା ଏକାଦଶ ଟସ ହାରି ପ୍ରଥମେ ବ୍ୟାଟିଂ କରି ୧୫ଓଭରରେ ୪ୱିକେଟ ହରାଇ ୨୩୭ରନ ସଂଗ୍ରହ କରିଥିଲା। ଏହାର ପ୍ରତ୍ୟୁତ୍ତରରେ ମାଓସରସ୍ୱତୀ କ୍ଳବ ୧୦ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୮୮ରନ କରି ପରାଜିତ ହୋଇଥିଲା। ମ୍ୟାଚ ଦୁଇଟିକୁ ଦେବାଶିଶ ସାହୁ ଓ ଲାକ୍ଷାଦୀପ ଦାସ ପରିଚାଳନା କରିଥିବାବେଳେ, ରଂଜିତ ଦାସ ସ୍କୋରର ଦାୟିତ୍ୱ ତୁଲାଇଥିଲେ। କ୍ଳବର ସଦସ୍ୟ ବିକାଶ ଜେନା, ପ୍ରିତମ ଦାସ, ସୋମନାଥ ରାଉତ୍, ରାଧାମାଧବ ଦାସ, ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *