ଆମ ସଂସ୍କୃତି, କଳା ଓ ଐତିହ୍ୟ

ତୃତୀୟ ପୂର୍ବଏସିଆ ସମ୍ମିଳନୀ ଉଦ୍ଘାଟିତ ପୂବ ର୍ ଏସୀୟ ଦେଶମାନଙ୍କର ସହ ଓଡିଶାର ଭାବଗତ ସମ୍ପର୍କ ବହୁ ପୁରାତନ – ଧର୍ମେନ୍ଦ୍ର ପ୍ରଧାନ

– ଆଜି ବି ବାଲି ଯାତ୍ରା ମାଧ୍ୟମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ତଥା ଅତୀତର ଅର୍ଥନୈତିକ ସଫଳତାର ସ୍ମୃତି ଆକାରରେ ପାଳନ କରା ଯାଉଛି
– ପୂର୍ବ ଉପକୂଳରେ ପାରାଦୀପ, ଧାମରା ବନ୍ଦରର ବିକାଶ ଲାଗି ୨୦୦୦ କୋଟି ଡଲାରର ପୁଞ୍ଜିନିବେଶ
– ପାରାଦୀପରୁ ଭିଏତନାମ ଓ ପୂର୍ବଏସିଆକୁ ରପ୍ତାନି ହେବ ସିନ୍ଥେଟିକ ସୂତା
ଭୁବନେଶ୍ୱର, ୦୮ ଜୁନ (ଓଡ଼ିଆ ପୁଅ) – ପୂର୍ବ ଏସୀୟ ଦେଶ ଗୁଡିକ ସହ ଓଡିଶାର ସମ୍ବନ୍ଧ ବହୁ ପୁରୁଣା ଓ ସମୁଦ୍ର ହିଁ ଉଭୟ ଭୂଖଣ୍ଡର ସମ୍ପର୍କର ଆଧାର ବୋଲି ତୃତୀୟ ପୂର୍ବଏସିଆ ସମ୍ମିଳନୀକୁ ଉଦଘାଟନ କରି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏହି ସମାରୋହରେ ଉଦବୋଧନ ଦେଇ କହିଛନ୍ତି ଯେ ଓଡିଆ ମାନଙ୍କର ଦରିଆପାରି ଦେଶ ମାନଙ୍କ ସହ ବାଣିଜ୍ୟ ବିଶେଷ ଭାବେ ବସ୍ତ୍ର, ମସଲା ରପ୍ତାନୀର ଲମ୍ବା ଇତିହାସ ରହିଛି। ଓଡିଶାର କିମ୍ବଦନ୍ତୀ, ସାହିତ୍ୟ, ଧର୍ମ, ସ୍ଥାପତ୍ୟର ସମ୍ପର୍କ ପୂର୍ବ ଏସୀୟ ଦେଶ ମାନଙ୍କ ସହ ଏତେ ମାତ୍ରାରେ ଜଡିତ ହୋଇ ରହିଛି, ଏଗୁଡିକ ସମ୍ବନ୍ଧରେ ଆହୁରି ଗବେଷଣାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ବି ବାଲି ଯାତ୍ରା ମାଧ୍ୟମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ତଥା ଅତୀତର ଅର୍ଥନୈତିକ ସଫଳତରା ସ୍ମୃତି ଆକାରରେ ପାଳନ କରା ଯାଉଛି। ଓଡିଶାରେ ଡଙ୍ଗା ଭସା ପରି ଥାଇଲ୍ୟାଣ୍ଡରେ ଲୋୟକ୍ରାଥମ ପରି ପାରମ୍ପାରିକ ଡଙ୍ଗା ଭସା ଉତ୍ସବରେ ସେ ଯୋଗ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଆସିଆନ୍ ଏବଂ ପୂର୍ବଏସୀୟ ରାଷ୍ଟ୍ରଗୁଡିକ ସହ ଭାରତ ସମ୍ପର୍କ ବୃଦ୍ଧି କରିବା ଲାଗି ଅହରହ ଉଦ୍ୟମ ଚଳାଇଛି। ସଂଯୋଗୀକରଣକୁ ଅଗ୍ରପ୍ରଧାନ୍ୟ ଦିଆଯାଇଛି। ବିଶେଷ କରି ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ସହ ସଡକ, ବାୟୁ ଏବଂ ଜଳପଥରେ ସଂଯୋଗୀକରଣ ବୃଦ୍ଧି କରିବା ଲାଗି ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି। ସାମୁଦି୍ରକ ବାଣିଜ୍ୟ ଏବେ ଧିରେ ଧିରେ ବୃଦ୍ଧି ପାଉଥିବାରୁ ସରକାର “ନୀଳ ଅର୍ଥବ୍ୟବସ୍ଥା”କୁ ପ୍ରାଧାନ୍ୟ ଦେଉଛନ୍ତି। ସାମୁଦି୍ରକ ବାଣିଜ୍ୟ ସମ୍ବନ୍ଧ ବଢ଼ାଇବାକୁ ହେଲେ ଆମର ସମୁଦ୍ର ପଥକୁ ଜଳଦସୁ୍ୟ ଏବଂ ବିଭିନ୍ନ ପ୍ରକାର ଆପଦବିପଦରୁ ସୁରକ୍ଷିତ ରଖିବାକୁ ପଡିବ। ଏଥିଲାଗି ଭାରତର ନୌବାହିନୀ ନୀଳ ଅର୍ଥବ୍ୟବସ୍ଥାକୁ ବଳ ଯୋଗାଉଛି ଏବଂ ସମୁଦ୍ର ପଥକୁ ସୁରକ୍ଷିତ ରଖିବା ଦିଗରେ ସକ୍ରିୟ ପଦକ୍ଷେପ ନେଉଛି। ସବୁ ମିତ୍ର ରାଷ୍ଟ୍ରମାନଙ୍କର ସହଯୋଗରେ ସାମୁଦି୍ରକ ବାଣିଜ୍ୟକୁ ସୁଗମ କରିବା ଲାଗି ପଦକ୍ଷେପ ନିଆଯାଉଛି। ସାମୁଦି୍ରକ ବାଣିଜ୍ୟ ବୃଦ୍ଧି ଲାଗି ବନ୍ଦରଭିତିକ ବିକାଶକୁ ତାଙ୍କ ସରକାର ଗୁରୁତ୍ୱ ଦେଉଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ଭାରତ ମହାସାଗରରେ ଆମ ଦେଶର ନିଧାର୍ଯ୍ୟ ଆର୍ଥିକ ଜୋନର ସୀମା ଅନେକ ଅଂଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏହାର ସୁରକ୍ଷା ସହ ପୂର୍ବଏସୀୟ ରାଷ୍ଟ୍ରମାନଙ୍କ ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ତଥା ସବୁ ଅଂଚଳର ସାମଗ୍ରୀକ ବିକାଶ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ସାଗର” ନୀତିର ପରିକଳ୍ପନା କରିଛନ୍ତି। ଏହାର ଅର୍ଥ ହେଲା ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର ଅଲ ଇନ ଦ ରିଜନ (ସାଗର)।

ସେ କହିଛନ୍ତି ଯେ ପୂର୍ବ ଉପକୂଳରେ ଓଡ଼ିଶାର ପାରାଦୀପ ଏବଂ ଧାମରା ବନ୍ଦରର ବିକାଶ ଲାଗି ୨୦୦୦ କୋଟି ଡଲାରର ପୁଞ୍ଜି ନିବେଶ ହେବାକୁ ଯାଉଛି। ପାରାଦୀପରେ ପେଟ୍ରୋ ରସାୟନ ଉଦ୍ୟୋଗର ବିକାଶ ହେଉଛି। ଏଠାରୁ ପ୍ରସ୍ତୁତ ସିନ୍ଥେଟିକ ସୂତା ସିଧାସଳଖ ଭିଏତନାମ ଏବଂ ଅନ୍ୟାନ୍ୟ ପୂର୍ବ ଏସୀୟ ରାଷ୍ଟ୍ରରେ ସମୁଦ୍ର ପଥରେ ପହଂଚିବ। ଯାହାକି ସେଠାରେ ବୟନ ଉଦ୍ୟୋଗର ବିକାଶ ହେବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top