ତୃଟି ପୂର୍ଣ୍ଣ କେନାଲ ନିର୍ମାଣ: ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ ୮ ଜୁନ୍ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) କାନପୁର ବୃହତ୍ତମ ନଦୀ ବନ୍ଧ ଯୋଜନା ତରଫରୁ ଚମ୍ପୁଆ ବ୍ଲକ ଗୋପପୁର ଠାରେ ଚାଲି ଆସୁଥିବାବେଳେ କେନାଲ କାମ ତୃଟି ପୂର୍ଣ୍ଣ ଦର୍ଶାଇ ଚିମିଳା ଗାଁର ଚାଷୀ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପୂର୍ବରୁ ଥିବା କେନାଲର ଆଉଟ ଲେଟ ଗୁଡ଼ିକୁ ବନ୍ଦ କରି ଦିଆଯାଇ ଏହି କାମ କରୁଥିବାରୁ ଆଗାମୀ ଦିନରେ ଚିମିଳା, ଗୋପପୁର ଗାଁ ର ପ୍ରାୟ ୫୦୦ ଏକର ଧାନ କ୍ଷେତକୁ ପାଣି ମଡା ଯାଇ ପାରିବ ନାହିଁ ଦର୍ଶାଇ କୋଦଗାଡିଆ ପଞ୍ଚାୟତର ସରପଞ୍ଚ ବୀର ବର ମୁଣ୍ଡାଙ୍କ ତତ୍ବାବଧାନରେ ଚାଷୀ ଉପଜିଲ୍ଲାପାଳଙ୍କୁ ଭେଟି ଏହାର ପ୍ରତିକାର ପାଇଁ ଗୁହାରୀ କରିଛନ୍ତି।

Leave a Reply

Your email address will not be published. Required fields are marked *