ତୁହାକୁ ତୁହା ବର୍ଷା , ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ବାହାନଗା/ ବାଲେଶ୍ୱର, ୨୧/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)-ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ବ୍ଳକ ମାନଙ୍କରେ ତୁହାକୁ ତୁହା ବର୍ଷା ହେବା ସହ ତଳି ଅଞ୍ଚଳ ଜଳମଗ୍ନ ହେବାରେ ଜଣାପଡ଼ିଛି । ବର୍ଷା ସାଙ୍ଗକୁ ସମୟେ ସମୟେ ବଜ୍ରାଘାତ ହେବାରେ ଲାଗିଛି । ଏଭଳି ଘଟଣା ଖନ୍ତାପଡ଼ା ଥାନା ଓ ବାହାନଗା ବ୍ଲକ ଅଧିନରେ ଦେଖିବାକୁ ମିଳିଛି । ତେବେ ଗତକାଲି ବଜ୍ରାଘାତରେ ଖନ୍ତାପଡ଼ା ଥାନା ଅଧିନ ମହମଦାବାଦ ଗ୍ରାମର ଅର୍ଜ୍ଜୁନ ସ୍ୱାଇଁଙ୍କ ୨ବଖରା ଘର ବଜ୍ରାଘାତରେ ଜଳି ଯିବା ସହ ୨ଗୋରୁ ଅଳ୍ପକେ ବର୍ତ୍ତିଥିବାର ଜଣାପଡ଼ିଛି । ତୁହାକୁ ତୁହା ପ୍ରଭାବରେ ଧନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ବାହାନଗା ବ୍ଲକ ଗୋପାଳପୁର ବଜାରର ଉତ୍ତର ପାଖ ମାର୍କେଟରେ ବର୍ଷା ଜଳ ନିସ୍କାସନ ହୋଇ ନପାରି ଦୋକାନରେ ପାଣି ପଶିଯିବାର ଦେଖାଦେଇଥିଲାା ସେହିପରି ସରସତିଆ ଗ୍ରାମର ରମଣି ଜେନା ଓ ଦାଶରଥି ଜେନାଙ୍କ ଘରେ ପାଣି ପଶିଯାଇଥିବାର ଜଣାପଡ଼ିଛି । ଚାଷ ଜମିରେ ବର୍ଷାଜଳ ଅଧିକ ପରିମାଣରେ ଜମି ରହିଥିବାରୁ ଚାଷୀ କୂଳ ଚିନ୍ତାରେ ଥିବାର ଜଣାପଡ଼ିଛି । ଥାନା ଓ ବ୍ଲକର କିଛି ଅଂଶ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ତେଣେ ସମୁଦ୍ରର ଜୁଆର ବଢିବାରେ ଲାଗିଥିବାର ଦେଖାଯାଇଛି । ସମୁଦ୍ର ଅଶାନ୍ତ ହୋଇ ଉଠିଛି । ଲୋକ ମାନେ ଭୟଭୀତ ଅବସ୍ଥାରେ ଥିବାର ଜଣାପଡ଼ିଛି । ଆଜି ପାଗ ସୁଧୁରିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *