ତୁଳସୀ ମହିଳା କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡା ୧୨/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )– କେନ୍ଦ୍ରାପଡା ସହରର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ୨୬ତମ ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି। ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ହାରାମଣୀ ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱେଛାକୃତ ରକ୍ତଦାନ ପାଇଁ ପ୍ରେରଣା ଦେବା ସହିତ ସୃଜନଶୀଳ ତଥା ସମାଜର ହିତସାଧନ ପାଇଁ ରଚନାତ୍ମକ ଗଳ୍ପ ଓ କବିତା ଲେଖିବାକୁ ପରାମର୍ଶ ଦେଇଥିଲେ। ହୃଦୟର ସହିତ ଲୋକଙ୍କୁ ଭଲପାଇବା ସହ ଜଣେ ସୁନାଗରିକ ହୋଇ ସମାଜର ସେବା କରି ମହାବିଦ୍ୟାଳୟରେ ଗୈାରବମୟ ଇତିହାସ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଅଧ୍ୟାପକ ଅଜୟ କୁମାର ରାଉତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପଦ୍ମଜା କବି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡା ସଂସଦର ସମ୍ପାଦିକା ସଙ୍ଗୀତା ନାୟକ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ଅଧ୍ୟାପକବ ମଥୁରୀ ଚରଣ ନାୟକ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ଅଧ୍ୟାପିକା ସଂଯୁକ୍ତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *