କେନ୍ଦ୍ରାପଡ଼ା

ତୁଳସୀ ବିଦ୍ୟା ମନ୍ଦିରର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ୟାପିତ

କେନ୍ଦ୍ରାପଡା ୩୦/୦୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରସ୍ଥ ଇଚ୍ଛାପୁର ଠାରେ ଥିବା ତୁଳସୀ ବିଦ୍ୟା ମନ୍ଦିର (ଟିଭିଏମ୍ ପବ୍ଲିକ୍ ସ୍କୁଲ୍)ର ୨୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ୟାପିତ ହୋଇଯାଇଛି। ଗତ ତିନି ଦିନ ଧରି ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ତଥା କାର୍ଯ୍ୟକାରୀ ସଭାପତି ପୂର୍ବତନ କାଉନସିଲର ନିରଞ୍ଜନ ସୁଆର ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ଉତ୍ସବକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କ୍ରୀଡାବିତ୍ ଛବି ପ୍ରସାଦ ମହାକୁଳ,  ଅଙ୍ଗୁଳାଇ ଗ୍ରାମ ପଞ୍ଚାୟତ ସରପଞ୍ଚ ଦୁର୍ଗାବତୀ ପ୍ରଧାନ ଓ ଓସ୍ତପୁର ସମିତିସଭ୍ୟ ପ୍ରସନ୍ନ କୁମାର ରାଉତ ଯୋଗ ଦେଇଥିଲେ। ବିଦ୍ୟାଳୟର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ଦାଶ ଏହି ଉଦ୍ଘାଟନ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସେହିପରି ମଙ୍ଗଳବାର ଦିନ ଅନୁଷ୍ଠିତ ଉଦ୍ୟାପନ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମୟାନୁବର୍ତ୍ତୀତା, କର୍ତ୍ତବ୍ୟ ନିଷ୍ଠ ଓ ଦାୟୀତ୍ୱ ସମ୍ପନ୍ନ ଭାବରେ ପ୍ରତିଯୋଗୀତାକୁ ସମ୍ମୁଖୀନ ହେଲେ ନିଶ୍ଚୟ ବିଜୟ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନକୁ ଉପଦେଶ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ସୁଆର, ପରିଚାଳନା ସମିତି ସଦସ୍ୟା ତଥା ଶିକ୍ଷୟତ୍ରୀ କାକୁଲି ମଲ୍ଲିକ୍ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ମିଶ୍ର ଅତିଥି ପରିଚୟ କରିଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଗଣେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗୀତାରେ ମିନାକ୍ଷୀ ବେହେରା,  ଶୁଭ୍ରକାନ୍ତି ବେହେରା,  ମିନତୀ ଗେରୁ,  ସିପ୍ରା ଦାଶ, ମିରା ପଢିଆରୀ,  ମଧୁସ୍ମିତା ପତ୍ରୀ,  କୁନାଲି ରାଉତ, ସ୍ମୃତିରେଖା ସାହୁ ଓ ରଶ୍ମିତା ଖଟ୍ଟୁଆ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂକୃତିକ କାର୍ଯ୍ୟ କ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top