ତୁଳସୀ ପାହଡରେ ମାଓବାଦୀଙ୍କ ପ୍ରଜାକୋର୍ଟ, ପୁଲିସ ସୂଚନାଦାତା କହି ନିସ୍ତୁକ ମାଡମାରି ଛାଡିଲେ ୮ ଆଦିବାସୀଙ୍କୁ

ମାଲକାନଗିରି, ୨୧ା୧(ଓଡିଆ ପୁଅ / ଏସ.ଦାଶ ) ଓଡିଶା ଛତିଶଗଡ ସାମିନ୍ତରେ ଥିବା ସାବେରୀ ନଦୀ ପାର ହୋଇ ଛତିଶିଗଡି ଦରଭା ଡିଭିଜନର ମାଓବାଦୀ ମାନେ ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ତୁଳସୀ ପାହଡରେ ପ୍ରବେଶ କରି ବିଭିନ୍ନ ଦୁର୍ଗମ ଘଚଂ ଜଙ୍ଗଲରେ ଗୁପ୍ତ ବୈଠକ ସହ ପ୍ରଜା କୋର୍ଟ ଚଳାଇଥିବାର ସୂଚନା ମିଳିଛି। ଗତ ଦୁଇଦିନ ତଳେ ମାଥିଲି ଥାନାସ୍ଥ ମହୁପଦର ପଚାଂୟତ ଗଲିଆଗୁଡା ଗ୍ରାମରୁ ପୁଲିସ ସୂଚନାଦାତା କହି ମାଓବାଦୀ ମାନେ ୮ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ। ତୁଳସୀ ପାହଡ ଦଣ୍ଡିପଦର ଠାରେ ଆୟୋଜିତ ପ୍ରଜାକୋର୍ଟରେ ସେମାନଙ୍କୁ ହାଜରକରି ଥିଲେ। ପୁଲିସର ସୂଚନାଦାତା କହି ଗତ କାଲି ୪ ଜଣଙ୍କୁ ମାଡଦେଇ ଛାଡିଦେଇଥିବା ବେଳେ ଆଜି ଆଉ ୪ ଜଣଙ୍କୁ ନିସ୍ତୁକ ମାଡମାରି ଜଙ୍ଗଲରେ ପକାଇଦେଇ ମାଓବାଦୀମାନେ ପଳାଇଥିଲେ। ଗ୍ରାମବାସୀମାନେ ଜାଣିବା ପରେ ଆଜି ସକାଳେ ସେମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ସେମାନଙ୍କ ଘରକୁ ନେଇଥିଲେ। ମାଓବାଦି ଅପହରଣ କରିନେଇ ଥିବା ୮ ଜଣଙ୍କୁ ଦଣ୍ଡିପଦର ପାହାଡରେ ପ୍ରଜାକୋର୍ଟ କରି ସେମାନଙ୍କ ହାତଗୋଡ ବାନ୍ଧିଦେଇ ଶହ ଶହ ଗ୍ରାମବାସୀ ମାନଙ୍କ ଆଗରେ କେନ୍ଦୁକାଠରେ ନିସ୍ତୁକ ମାଡଦେଇ କହିଥିଲେ ପୁଲିସଙ୍କୁ ସହ ଯୋଗ କିମ୍ବା ସେମାନଙ୍କୁ ଗାଁରେ ପୁରାଇଲେ ସମସ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ, ଏବେ ଗ୍ରାମବାସୀଙ୍କ ନିବେଦନ କ୍ରମେ ତୁମମାନଙ୍କୁ ଛାଡି ଦିଆ ଯାଉଛି ପରେ ମାଡ ନୁହଁ ହତ୍ୟା କରାଯିବ, ଏ ସଂପର୍କରେ ପୁଲିସକୁ ଜଣାଇଲେ ପରିସ୍ଥିତି ଭୟାବହହେବ ବୋଲି ଧମକଦେଇ ଛାଡିଦେଇ ଥିଲେ। ମାଓବାଦୀଙ୍କ ଭୟରେ ଆହତ ବ୍ୟକ୍ତି ମାନେ କେହି ଡାକ୍ତର ଖାନାଯାଇ ଚିକିତ୍ସିତ ନହୋଇ ଘରେ ଦିଶାରୀ, ପୂଜାରିଙ୍କୁ ଦେଖାଇ ଚେରମୁଳିରେ ଚିକିତ୍ସା ହେଉଥିବାର ଜଣାପଡିଛି। ମାଓବାଦିଙ୍କ ଚରାଭୂଇଁ ଭାବେ ପରିଚିତ ଆନ୍ଧ୍ରପ୍ରଦେଶରେ ମାଓବାଦି ସଂଗଠନ ଧିରେ ଧିରେ ହ୍ରାସପାଇ ଲୋପ ହେବାକୁ ବସିଥିବା ବେଳେ ଓଡିଶା ଓ ଛତିଶଗଡ ରାଜ୍ୟରେ ସେମାନଙ୍କ ନୂଆ ନୂଆ ଦଳ ଓ ସଂଗଠନ ହୋଇ ଆଧିପତ୍ୟ ବିସ୍ତାର କରି ଗୋଟିଏପରେ ଗୋଟିଏ ହିଂସାକାଣ୍ଡ ଘଟାଇ ପୋଲିସ ପ୍ରସାଶନର ମୁଣ୍ଡବଥା ବଢାଇଦେଇଛନ୍ତି।

ଗତ ତିନିଦିନ ହେଲା ବହୁସଂଖ୍ୟାରେ ଛତିଶଗଡି ଦରଭା ଡିଭିଜନର ମାଓବାଦିମାନେ ସାବେରୀ ନଦୀ ପାର ହୋଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ମହୁପଦର ଓ ଟେମୁରୁପାଲ୍ଲି ପଚାଂୟତସ୍ଥ ଛତିଶଗଡ ସିମାନ୍ତକୁ ଲାଗିଥିବା ଦୃର୍ଗମ ତୁଳସୀ ପାହଡ, ଦଣ୍ଡିପଦର ଦୁର୍ଗମ ଘଚଂ ଜଙ୍ଗଲ ମଧ୍ୟରେ ଥିବା ଗ୍ରାମ ଗୁଡିକରେ ପ୍ରବେଶ କରି ଗୁପ୍ତ ବୈଠକ ଓ ପ୍ରଜାକୋର୍ଟ ଚଳାଇଥିବାର ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି, ସେମାନଙ୍କ ସଂଗଠନରେ ନୂଆ ନୂଆ ଯୁବପିଢୀ ମାନଙ୍କୁ ସାମିଲକରିବା ଓ ଆଗାମି ଯୋଜନା କଣ କରାଯିବ ସେନେଇ ଆଲୋଚନା ହୋଇଥିବାର ଜଣାପଡିଛି। ଏହି ବୈଠକରେ ଛତିଶଗଡ, ଓଡିଶା ରାଜ୍ୟର ବରିଷ୍ଟ ମାଓବାଦିମାନେ ଅଂଶଗ୍ରହଣ କରିଥିବାର ସୂଚନା ମିଳିଛି। ମାଓବାଦୀ ମାନେ ହଟାତ ଛତିଶଗଡ ସିମାନ୍ତ ମହୁପଦର, ମୁଣ୍ଡାଗୁଡା, ଟେମୁରପାଲି ଅଚଂଳରେ ପ୍ରବେଶ କରିବା ଦେଖି ଗ୍ରାମବାସୀ ଓ ସେଠାରେ କାର୍ଯ୍ୟକରୁଥିବା ସରକାରି କର୍ମଚାରି, ଠିକାଦାର, ରାଜନେତା ମାନେ ଭୟଭିତ ହୋଇ କେତକ ଗାଁଛାଡି ପଳାଇଥିବାର ଜଣାପଡିଛି।। ମାଓବାଦୀମାନଙ୍କ ଆଗାମି ଯୋଜନା କଣ ହେବ ସେନେଇ ଗ୍ରାମବାସୀମାନେ ଭୟ ଓ ଆତଙ୍କିତ ହୋଇ ପଡିଥିବାବେଳେ, ସିମାନ୍ତରେ ମାଓବାଦୀଙ୍କ ପ୍ରବେଶ ଖବର ମାଲକାନଗିରି ଜାଲ୍ଲାପୁଲିସ ଓ ଛତିଶଗଡ ସୁକୁମା ପୋଲିସ ଜାଣି ପାରି ବିଭିନ୍ନ ଗ୍ରାମ ରେ କଂମ୍ବି ଅପରେସନ ଚଳାଇ ଯାନବାହନ ଗୁଡିକୁ ଯାଚଂ ଚଳାଇଛନ୍ତି।

 

Leave a Reply

Your email address will not be published. Required fields are marked *