ତୁରେକେଲା ପୋଲିସଦ୍ୱାରା ପୁଣି ଦାଦନ ଚଢଉ-ଦାଦନ ସର୍ଦ୍ଦାର ଫେରାର ୧୪ମହିଳା, ୨୧ ପୁରୁଷ ସହ ୧୦ନାବାଳକ ଉଦ୍ଧାର

କଂଟାବାଂଜି ୩୧-୧୦ (ଓଡ଼ିଆ ପୁଅ/ଗୁରୁଦୟାଲ ହଂସ)-ତୁରେକେଲା ପୋଲିସଦ୍ୱାରା ପେଟ୍ରୋଲିଂଗ ବେଳେ ମଂଗଲବାର ଭୋର ସକାଳ ୫ଟାବେଳେ ତୁରେକେଲା ଷ୍ଟେସନ ପରିସରରୁ ୪୫ ଜଣ ଶ୍ରମିକ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଦାଦନ ଶ୍ରମିକ ମଧ୍ୟରୁ ୨୧ଜଣ ପୁରୁଷ, ୧୪ଜଣ ମହିଳା ଏବଂ ୧୦ଜଣ ଶିଶୁ ରହିଛନ୍ତି। ଚଢଉ ବେଳେ ଦାଦନ ସର୍ଦ୍ଧାର ଫେରାର ହୋଇଛି। ଏହି ଦାଦନ ଶ୍ରମିକମାନେ ଇଟା ଗଢିବା ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଦାଦନ ସର୍ଦ୍ଧାର ଦ୍ୱାରା ଚାଲାଣ ହେଉଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲା ପରେ ତୁରେକେଲା ପୋଲିସଦ୍ୱାରା ଚଢଉ କରାଯାଇ ଉଦ୍ଧାର ଦାଦନ ଶ୍ରମିକ ମାନଙ୍କୁ ଥାନାକୁ ଅଣା ଯାଇଥିଲା। ଥାନାରେ ଏକ ଖବରଦାତା ସମ୍ମିଳନୀରେ ସ୍ଥାନୀୟ କଂଟାବାଂଜି ଏସ.ଡି.ପି.ଓ.ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ସୂଚନା ଦେଇଛନ୍ତି। ସେ ଦେଇଥିବା ସୂଚନା ମୁତାବକ ଚଢଉବେଳେ ସର୍ଦ୍ଦାର ଘଟଣାସ୍ଥଳରୁ ଫେରାର ଥିଲା। ଏହା ଉପରେ ତୁରେକେଲା ଥାନା ରେ କେସ ( ନଂ.୧୨୪ ଓ ନ.୧୨୫ ) ଦୁଇଟି ପୃଥକ ମାମଲା ରୁଜୁ କରାଯାଇଛି। ଏହି ଖବରଦାତା ସମ୍ମିଳନୀରେ ଏସ.ଡି.ପି.ଓ.ଶ୍ରୀ ମିଶ୍ର, ଆଇ.ଆଇ.ସି.ଶ୍ରୀ ସତ୍ୟଜିତ କୋଣ୍ଡାଙ୍କେଲ, ଏ.ଏସ.ଆଇ.ଶ୍ରୀ ଜଗଦିଶ ମହାନନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *