କେନ୍ଦୁଝର

ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଭାଗ ସ୍ତରୀୟ ଜ୍ଞାନ ଵିଜ୍ଞାନ ମେଳା

ତୁରୁମୁଙ୍ଗା ୧୯-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ସ୍ଥାନୀୟ ତୁରୁମୁଙ୍ଗା ସ୍ଥିତ ସରସ୍ୱତୀ ଵିଦ୍ୟା ମନ୍ଦିରରେ ବିଭାଗ ସ୍ତରୀୟ ଵିଜ୍ଞାନ ମେଳା ଅନୁଷ୍ଠୀତ ହୋଇଯାଇଛି। ବିଭିନ୍ନ ବର୍ଗର ୪୬ ଟି ଵିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା ବେଳେ ଗଣିତ ପ୍ରୟୋଗ ଵିଜ୍ଞାନରେ ୯୧ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଵିଜ୍ଞାନ ମେଳାରେ କୃତ କାର୍ଯ୍ୟ ହୋଇଥିବା ଛାତ୍ରୀ ଓ ଛାତ୍ର ଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଆୟୋଜିତ ପୁରସ୍କାର ବିତରଣ ସଭା ରେ ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ରାକ୍ଷା କର ସାହୁଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଦଧିବାମନ କନିଷ୍ଠ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପକ ଡ଼, କୁଳମଣି ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ର ପ୍ରଚାର ପ୍ରସାର ସଂଯୋଜକ ଦେବେନ୍ଦ୍ର କୁମାର ପଟନାୟକ, ସମ୍ମାନିତ ଅତିଥି ଭାବେ ଉତ୍ତର ସମ୍ଭାଗ ର ସୁମନ୍ତ କୁମାର ବେହେରା, କେନ୍ଦୁଝର ବିଭାଗ ନିରୀକ୍ଷକ ଶ୍ରୀନିବାଶ ପ୍ରଧାନ, ଓ ସ୍ଥାନୀୟ ଶିଶୁମନ୍ଦିର ସମ୍ପାଦକ ସୁଧାଂଶୁ ଶେଖର ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡା ଅତିଥି ପରିଚୟ ଓ ଧନ୍ୟବାଦ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top