ତୁରୁମୁଙ୍ଗା ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

ତୁରୁମୁଙ୍ଗା, ତା ୧୬ ଅଗଷ୍ଟ (ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଅଞ୍ଚଳର ବିଭିନ୍ନ ସରକାରୀ ବେସରକାରୀ ସ୍କୁଲ, ଅଫିସ, କଲେଜ, ଓ ଶିଳ୍ପ ତାଲିମ କେନ୍ଦ୍ରରେ ୭୨ ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବଜାର କମିଟି ତରଫରୁ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସେଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋପୀନାଥ ସାହୁ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି ତୁରୁମୁଙ୍ଗା ଦଧିବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈବଲ୍ୟ ସାହୁ, ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ୟଧନ ସାହୁ, ତୁରୁମୁଙ୍ଗା ପଞ୍ଚାୟତରେ ସମାଜ ସେବୀ ତଥା ହୋମିଓପ୍ୟାଥିକ ଡାକ୍ତର ଶ୍ରୀଯୁକ୍ତ ଉଜ୍ୱଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ତୁରୁମୁଙ୍ଗାର ଶିଳ୍ପପତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ସାହୁ, ବୈତରଣୀ ଇଂରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୁର୍ଣ୍ଣା ମିଶ୍ର, ତୁରୁମୁଙ୍ଗା ଥାନା ରେ ଥାନା ଅଧିକାରୀ ସତ୍ୟଜିତ ଦାଶ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡକ୍ଟର ସୁବାଷ ଚନ୍ଦ୍ର କର, ନେଇଲିପଶି ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରରେ ଅଧକ୍ଷ ଗୋପୀନାଥ ମହାନ୍ତ, ତୁରୁମୁଙ୍ଗା ଦଧିବାମନ ଆଇ ଟି ସି ଶିଳ୍ପତାଲିମ କେନ୍ଦ୍ରରେ ପ୍ରତିଷ୍ଠାତା ଶତ୍ରୁଘନ ସିଂ, ଚେମେଣା ପଞ୍ଚାୟତରେ ସରପଞ୍ଚ ଉଦୟ ନାଥ ନାଏକ, ଚିଳିଦା ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଧଳ, ଚେମେଣା ନୋଡାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶୁରେନ୍ଦ୍ର ପ୍ରସାଦ, ରାଜନଗର ପଞ୍ଚାୟତରେ ସରପଞ୍ଚ ସରସ୍ୱତୀ ନାଏକ, ମୁରୁସୁଆଁ ପଞ୍ଚାୟତରେ ସରପଞ୍ଚ ସୁନିତା ନାଏକ, କେନ୍ଦେଇପଶି ନୋଡାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତ, କେନ୍ଦେଇପଶି ପଞ୍ଚାୟତରେ ସରପଞ୍ଚ ନିତ୍ୟାନନ୍ଦ ମହାପାତ୍ର, କଣ୍ଟିଆପଡା ପଞ୍ଚାୟତରେ ସରପଞ୍ଚ ଚକ୍ରଧର ନାଏକ, ଖିରେଇଟାଙ୍ଗିରି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ମିଶ୍ର ଆଦି ସ୍ଥାନରେ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *