ad
କେନ୍ଦୁଝର

ତୁରୁମୁଙ୍ଗାରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଏବଂ ନୂଆ ଯୋଜନା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ଶୁଭାରମ୍ଭ

ତୁରୁମୁଙ୍ଗା ୨୪-୨ (ଓଡ଼ିଆ ପୁଅ/ସନ୍ତୋଷ ପତି) ପାଟଣା ନିର୍ବାଚନ ମଣ୍ଡଳୀ ତୁରୁମୁଙ୍ଗା ପେଟ୍ରୋଲ ପମ୍ପ ନିକଟ ପଡ଼ିଆରେ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଏବଂ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଶୁଭାରମ୍ଭ ଭିଡ଼ିଓ କନଫରେସିଂ ମାଧ୍ୟମରେ ଶୁଭାରମ୍ଭ ହୋଇଛି ଭାବଗ୍ରାହୀ ମହାନ୍ତଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଅନନ୍ତ ନାଏକ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା ଉପରେ ବିସ୍ତୃତ ଭାବେରେ ଉପସ୍ଥିତ ଜନ ସାଧାରଣଙ୍କୁ ଉଦବୋଧନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଗୌରହରି ନାଏକ, ପୂର୍ବତନ ବିଧାୟକ ପ୍ରାର୍ଥୀ ଭବାନୀ ନାଏକ, ସାମଜସେବୀ ଅଖିଳ ନାଏକ, ପୂର୍ବତନ ଜିଲ୍ଲା ପରିଷଦ ଅଧଃକ୍ଷା ମମିତା ନାଏକ, ୨୧ ନମ୍ବର ଯୋନର ଜିଲ୍ଲା ପରିଷଦ ସଦସ୍ୟା ଡ଼ଲି ପାତ୍ର, ୧୮ ନମ୍ବର ଯୋନର ଜିଲ୍ଲା ପରିଷଦ ସଦସ୍ୟା ବିଜୟଲକ୍ଷ୍ମୀ ମହାନ୍ତ, ପାଟଣା ନିର୍ବାଚନ ମଣ୍ଡଳୀର ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ବିଜେପି ଯୁବମୋର୍ଚ୍ଚା ସଭାପତି ହେମାରଞ୍ଜନ ବାରିକ, ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରକାଶ ମଲ୍ଲୀକ୍, ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଗାୟତ୍ରୀ ଜେନା, କେନ୍ଦେଇପଶି ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତ, ଖିରେଇଟାଙ୍ଗିରି ମଣ୍ଡଳ ସଭାପତି ସୁରେନ୍ଦ୍ର ମହାନ୍ତ, ଭଣ୍ଡା ମଣ୍ଡଳ ସଭାପତି କ୍ଷେତ୍ର ବାସୀ ମହାନ୍ତ, ପାଟଣା ମଣ୍ଡଳ ସଭାପତି ପ୍ରହଲ୍ଲାଦ ପଲେଇ ବ୍ରଜମୋହନ ସାହୁ, ବରୁଣ ସାହୁ, ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ୩ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଯୋଗ ଦେଇ ଉତ୍ତରପ୍ରଦେଶର ଗୋରଖପୁର ଠାରୁ ଭିଡ଼ିଓ କନଫରେନସିଂ ମାଧ୍ୟମରେ ସିଧାପ୍ରାସରଣ ହେଉଥିବା ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ କାର୍ଯ୍ୟକ୍ରମକୁ ଦେଖି ବେଶ ଉତ୍ସାହିତ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top