କେନ୍ଦୁଝର

ତୁରୁମଙ୍ଗା ଥାନା ଅଞ୍ଚଳରେ ଦିନକୁ ଦିନ ବଢୁଛି ଚୋରି ଲୋକେ ଆତଙ୍କିତ ଦିନ ଦ୍ୱିପ୍ରହରରେ ଘରୁ ଲୁଟ

ତୁରୁମଙ୍ଗା ୨୩ ମଇ (ଓଡ଼ିଆ ପୁଅ/ସନ୍ତୋଷ ପତି) ଦିନକୁ ଦିନ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚୋରି ବଢୁଥିବା ବେଳେ ଅଞ୍ଚଳର ଲୋକଙ୍କ ନିଦ ହଜାଇ ଦେଇଛନ୍ତି ଲୁଟେରା। ଆଜି ଡେଣୁଆ ଗ୍ରାମର ଯଶୋଦା ମାଟିଆଙ୍କ ଘରୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଚୋରି – ନଗଦ ୩୦ ହଜାର ସହିତ ୬୦ ହଜାର ଟଙ୍କାର ସୁନା ଓ ରୁପା ଗହଣା ଚୋରି ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଛି। ଏନେଇ ତୁରୁମଙ୍ଗା ଥାନାରେ କେସ ନମ୍ବର ୫୯/୨୦୧୮ ରେ କେସ ରୁଜୁ ହୋଇଛି ଥାନା ଏ ଏସ ଆଇ କୈଳାସ ଚନ୍ଦ୍ର ମହାନ୍ତ ଘଟଣାର ତଦନ୍ତ କରୁଛନ୍ତି। ସୂଚନା ଯୋଗ୍ୟ ଗତବର୍ଷ ତୁରୁମୁଙ୍ଗା ଥାନାରୁ ପ୍ରାୟ ୫୦୦ ମିଟର ଦୂରରେ ବଜାର ଉପରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରୁ ତାଲା ଭାଙ୍ଗି ବ୍ୟାଙ୍କର ବନ୍ଧୁକ ଚୋରି ହୋଇଥିଲା ହେଲେ ଏ ଯାଏଁ ଲୁଟେରା ଧରା ପଡି ନଥିବା ବେଳେ ଥାନା ପାଖରେ ଭଡ଼ା ରେ ରହୁଥିବା ଶିକ୍ଷକ ଦମ୍ପତିଙ୍କ ଘରୁ ମଧ୍ୟ ୬ ମାସ ତଳେ ଲକ୍ଷାଧିକ ଟଙ୍କାର ସୁନା ଚୋରି ହୋଇଥିଲା ଓ ବଜାରରୁ ଜଣେ ବୃଦ୍ଧ ଇନ୍ଦିରା ଆବାସ ଟଙ୍କା ବ୍ୟାଙ୍କରୁ ଉଠାଇ ନେଉଥିବା ବେଳେ ଦୁର୍ବୁତ୍ତ ଲୁଟି ନେଇଥିଲେ। ଏପରି ଭାବେ ଥାନା ଅଞ୍ଚଳରେ ଲୁଟ ଆଉ ଚୋରି ବୃଦ୍ଧି ଯୋଗୁଁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି। ପୋଲିସ ପେଟ୍ରୋଲିଂ କଡାକଡି କରାଯିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top