ଜିଲ୍ଲା ପରିକ୍ରମା

ତୁରନ୍ତ ଗୁରୁପ୍ରୀୟା ସେତୁ ନିର୍ମାଣ କାର୍ଯ୍ୟ ସାରିବା ପାଇଁ କେବିକେ ପ୍ରଶାସକ ଙ୍କ ନିର୍ଦ୍ଦେଶ

ମାଲକାନଗିରି,୨୭ା୪  (ଓଡିଆ ପୁଅ ) )  କେବିକେ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ   ବରିଷ୍ଟ ଆଇଏଏସ ଅଫିସର ଶ୍ରୀ ଏସ.ପି. ଠାକୁର ମାଲକାନଗିରି ଜିଲ୍ଲା କୁ ଦୁଇଦିନିୟା ଗସ୍ତରେ ଆସି ମାଓପ୍ରବଣ ଚିତ୍ରକୋଣ୍ଡା ଜାନବାଇ ଠାରେ ଗୁରୁପ୍ରୀୟା ନଦୀରେ ନିର୍ମାଣଧିନ ସେତୁ ସ୍ଥଳପରିଦର୍ଶନକରି ତୁରନ୍ତ ସେତୁ ନିର୍ମାଣକା ର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧୀକରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାନବାଇ ଅଚଂଳ ମାଓପ୍ରବଣ ହୋଇଥିବାରୁ ସେତୁ ନିର୍ମାଣକୁ ମାଓବାଦୀମାନେ ବିରୋଧ କରୁଥିବାରୁ ସେମାନଙ୍କୁ ଦମନକରିବା ଓ  ଗତିବିଧି ଜାଣିବା ପାଇଁ ସେତୁ ସ୍ଥଳରେ ବିଏସଏଫ ଜବାନଙ୍କ ପକ୍ଷରୁ ୨୪ଘଟିଂଆ କଢାସୁରକ୍ଷା ଦେବା ସହିତ ସେତୁ  ଚର୍ତୁପାଶ୍ୱ ର୍ ରେ ସି.ସି.ଟିଭି କ୍ୟାମେରା ଲଗାଯାଇଛି । ସେତୁ ସ୍ଥଳ କେବିକେ ପ୍ରଶାସକ  ବୁଲବିଦେଖି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ନାରେ ମାଲକାନଗିରି ଡିଆରଡିଏ ସଭାଗୃରେ ଜିଲ୍ଲାସ୍ତର ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ର ସମୀକ୍ଷାକରିବାସହିତ କେବିକେ ଅନୁଦାନର ସମୀକ୍ଷା କରିଥିଲେ,  ଏହି ବୈଠକରେ ଜିଲ୍ଲାପାଳ ଜିଲ୍ଲାପାଳ ମନୀଷ ଆଗ୍ରଓ୍ୟାଲ, ପିଡି ଡିଆରଡିଏ ପରାଗ ହର୍ଷଦ ଗୋଭାଲୀ,ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡ.ପିଏଆଟିଡିଏ ରାମକୃଷ୍ଣଗଣ୍ଡ ଓ ଅନ୍ୟାନ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରଥମଦିବସରେ କେବିକେ ପ୍ରଶାସକ ଆନ୍ଦ୍ର ଛତିଶଗଡ ସୀମାନ୍ତ ମାଲକାନଗିରି ଜିଲ୍ଲାର ମାଓପ୍ରବଣ ମୋଟୁ ଅଚଂଳ ଗସ୍ତ କରିଛନ୍ତି । ସଡିବ ଙ୍କ ସହିତ ମାଲକାନଗିରିି ଓଡିଶାର ଶେଷ ସୀମା ମାଲକାନଗିରି ଜିଲ୍ଲାର ମୋଟୁ ଠାରେ ଥିବା ସାବେରୀ, ସିଲେରୁ ,ଚିନାଗୋଦାବରି ତ୍ରୀନଦୀ ସଙ୍ଗମସ୍ଥଳ ମୁଗି ପଏଟଂ , ମଧୂସୁଦନ ପାର୍କ ଓ ଆନ୍ଦ୍ରପ୍ରଦେଶ ସରକାରଙ୍କ ପ କ୍ଷରୁ ସିଲେରୁ ନଦୀରେ ନିର୍ମାଣ ଧିନ ସେତୁ ସହିତ ଛତିଶଗଡ ସରକାରଙ୍କ ପକ୍ଷରୁ ସାବେରୀ ନଦୀରେ ନିର୍ମାଣ ଧିନ ସେତୁସ୍ଥଳ ପରିଦର୍ଶନ କରିଥିଲେ । ସଚିବ ମୋଟୁ   ଅଚଂଳ ଗସ୍ତକରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ପରିଦର୍ଶନ କରିବାସହିତ ଏହି ଦୁଇଟି ସେତୁ ନିର୍ମାଣ ସ୍ଥଳକୁ  ଯାଇ ପରିସ୍ଥିତି ଅନୁଧ୍ୟାନ କରି ତୁରନ୍ତ ସେତୁ ନିର୍ମାଣକରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶଦେଇଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top