ଜିଲ୍ଲା ପରିକ୍ରମା

ତୁଣ୍ଡୁରା ପଞ୍ଚାୟତକୁ୨୫ବର୍ଷ ପୁରିଲା

ବାହାନଗା/ ବାଲେଶ୍ୱର, ୨୧/୦୨(ଓଡ଼ିଆ ପୁଅ/ଭଗବାନ ଦାସ )-ଖନ୍ତାପଡ଼ା ଥାନା ତୁଣ୍ଡରା ପଞ୍ଚାୟତର ୨୫ବର୍ଷ ପୁର୍ତ୍ତ ପାଳନ ଦୁଇଦିନ ବ୍ୟାପି ଧୂମଧାମରେ ପାଳିତ ହୋଇଯାଇଛି। ଶନିବାର ଉଦଘାଟନୀ ସନ୍ଧ୍ୟାରେ ସରପଞ୍ଚଅଜୟ ବାରିକଙ୍କ ନେତୃତ୍ୱରେ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବିଭିନ୍ନ ବାଦ୍ୟ, ବ୍ୟାଣ୍ଡପାର୍ଟି, ରଙ୍ଗିନ ଆଲୋକ ତ୍ୱରଣର ମେଢ ସହ ପଞ୍ଚାୟତ ପରିକ୍ରମା କରିଥିଲେ। ରବିବାର ସନ୍ଧ୍ୟାରେ ପଞ୍ଚାୟତ ପ୍ରାଙ୍ଗଣରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭାରେ ପୂର୍ବତନ ଜିଲ୍ଲାପରିସଦ ସଭ୍ୟ ରାମନାରାୟଣ ଶତପଥି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଅରୁଣ ଦେ ଯୋଗ ଦେଇ ୨୫ବର୍ଷ ତଳର ସ୍ମୃତିକୁ ବଖାଣି ଥିଲେ। ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଦିଲ୍ଳିପ ରଥ, ସମ୍ମାନିତ ଅତିଥିଭାବେ ଜିଲ୍ଲାପରିଷଦ ସଦସ୍ୟ କ୍ୟାପେଟନ ଭାସ୍କର ମଳିକ, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ଅଜୟ ବାରିକ, ରେମୁଣା ବିଧାୟକ ପ୍ରତିନିଧି କାର୍ତ୍ତୀକ ଚନ୍ଦ୍ର ଗିରି, ସମିତି ସଭ୍ୟା ସୁମିତ୍ରା ନାୟକ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ଶିକ୍ଷାବିତ ଲକ୍ଷ୍ମଣ କୁମାର ଦଳେଇ, ଗୌରୀମଣୀ ବେହେରା, ଉତ୍ତମ କୁମାର ବାରିକ, ରବିନ୍ଦ୍ର ପଣ୍ଡା, ରାମନାରାୟଣ ଶତପଥୀ, ଗୌରୀମଣୀ ବିଶ୍ୱାଳ, ପ୍ରଦୀପ୍ତ କୁମାର ମିଶ୍ର, କାର୍ତ୍ତିକ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ବାଲେଶ୍ୱର ସଂସ୍କୃତି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗିତ ଗାନ କରିଥିଲେ। ଅଧ୍ୟାପକ ପ୍ରଦୀପ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ପୁର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ହରେନ୍ଦ୍ର ବେହେରା ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଶାନ୍ତି କମିଟିର ସଦସ୍ୟ ଓ ସ୍ୱଚ୍ଛ ଭାରତ ଟିମ ରୋହିତ ଜେନା, ବଳରାମ ମାରାଣ୍ଡି, ଶୈଳେନ୍ଦ୍ର ଶତପଥି, ଭାଗିରଥି ବିଶ୍ୱାଳ, ରମାକାନ୍ତ ବେହେରା, ଶରତ ବାରିକ, ସତ୍ୟନାରାୟଣ ଶତପଥି, ଜଗଦିଶ ବାରିକ, ତାପସ ବାରିକ, ଚିରଞ୍ଜିବୀ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସଭାପରେ ଆଞ୍ଚଳିକ ଯୁବକଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top