ତୁକଲା ମେହେର ସମାଜ ତରଫୁରୁ ଗଙ୍ଗାଧର ମେହେର ଜୟନ୍ତି ପାଳିତ

ଖଡିଆଳ/ନୂଆପଡା-୦୨.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ମେହେର ସମାଜ ତରଫୁରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତିକୁ ମହା ସମାରୋହରେ ପାଳନ କରାଯାଇଛି । ଏଥିରେ ରାଜ୍ୟ ଯୋଜନା ବୋର୍ଡ ସ୍ୱତନ୍ତ୍ର ସଚିବ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଗ୍ୟଂ ସଦସ୍ୟ ଲେମ୍ବୋଦର ନିଆଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମେ କବି ଗଙ୍ଗାଧର ମହେର ଭବନର ଶିଳାନ୍ୟସ କରିଥିଲେ । ପରେ ସ୍ଥାନିୟ ଲଲିତ ଭବନଠାରେ ଆୟୋଜିତ ଜୟନ୍ତି ମହାସମାରୋହରେ ଅତିଥି ବାବେ ଯୋଗଦେଇ କବି ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗିତ ଗାନ କରାଯାଇଥିଲା । ଏହି ବାସରରେ ରାଜ୍ୟ ଯୋଜନା ବୋଡ ର ସ୍ୱତନ୍ତ୍ର ସଚିବ ସୁଜିତ କୁମାର କବି ଗଙ୍ଗାଧର ମେହେରଙ୍କ ସ୍ମୃତି ଚାରଣ କରିବା ସହ ଭୂବନେଶ୍ୱରର ଏକ ରାସ୍ତାକୁ ଗଙ୍ଗାଧର ମେହେର ମାର୍ଗ ନାଁ ରେ ନାମିତ କରିବା ସହ ତାଙ୍କର ଏକ ଷ୍ଟେଚୁ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନା କରିବି ବୋଲି ନିଜର ଅଭିଭାଷଣରେ କହିଥିଲେ । ପରିଶେଷରେ ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ
କରାଯାଇଥିଲା ।

Leave a Reply

Your email address will not be published. Required fields are marked *