ତୀର୍ଥଯାତ୍ରୀ ବସ ଦୁର୍ଘଟଣାରେ ୨ ଗୁରୁତର

କେନ୍ଦ୍ରାପଡା ୨୫/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରୁ ମୁସଲମାନ ଭକ୍ତ ମାନଙ୍କୁ ନେଇ ଆଜମେର ଯାଇଥିବା ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହେବାରୁ ୨ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ ଓ ଦୋବନ୍ଧା ପ୍ରଭୃତିି ଅଞ୍ଚଳରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଆଜମେର ଯାଇଥିବା ବସଟି ତୀର୍ଥଯାତ୍ରା ଶେଷକରି ଫେରୁଥିବା ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ଓଡିଶା-ଝାଡଖଣ୍ଡ ସୀମା ନିକଟରେ ଦୁର୍ଘଟଣା ଗ୍ରସ୍ଥ ହେବାରୁ ପୌରାଞ୍ଚଳ ଦିଲାରପୁର ଗ୍ରାମର ଆଜମ ଖାଁ(୭୫) ଏବଂ ଇଦଘାମହଲାର ଜାମିବା ବିବି (୭୦) ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *