ଓଡ଼ିଶା

ତୀର୍ଥଯାତ୍ରା ପାଇଁ ବାହାରିଲେ ବରିଷ୍ଠ ନାଗରିକ

ରାୟଗଡା ୦୩.୦୧ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ଙ୍କ ପାଇଁ ଘୋଷଣା କରିଥିବା ତୀର୍ଥ ଯାତ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷିରେ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ୫୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥ ଯାତ୍ରା କରିବାର ସୁଯୋଗ ଦିଆଯାଇଛି। ଏବଂ ଅନ୍ୟ ମାନଙ୍କୁ ଜିଲ୍ଲା ଭିତରେ ବୁଲା ଯିବାର କାର୍ଯ୍ୟକ୍ରମ ରହିଛି। କାଶିପୁର ବ୍ଲକର ୧୦ ଜଣ ମହିଳା ଏବଂ ୬ ଜଣ ପୁରୁଷ, ରାମନାଗୁଡା ବ୍ଲକର ୭ ଜଣ ମହିଳା ଏବଂ ୩ ଜଣ ପୁରୁଷ, ଗୁଡାରୀ ବ୍ଲକର ୭ ଜଣ ମହିଳା ଏବଂ ୪ ଜଣ ପୁରୁଷ, ମୁନିଗୁଡା ବ୍ଲକର ୧୬ ଜଣ ମହିଳା ଏବଂ ୬ ଜଣ ପୁରୁଷ ତୀର୍ଥ ଯାତ୍ରାରେ ବାହାରିଛନ୍ତି। ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳରୁ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସବୁଜ ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଦୁଇ ଗୋଟି ବସ ଯୋଗେ ବରିଷ୍ଠ ନାଗରିକ ମାନେ ବ୍ରହ୍ମପୁର ଅଭିମୁଖେ ବାହିରିଥିଲେ ଏବଂ ଆସନ୍ତା କାଲି ସ୍ୱତନ୍ତ୍ର ଟ୍ରେନେ ଯୋଗ ତିରୁପିତ ଏବଂ ଭେଲୋର ଯିବ। ସେଠାରୁ ୯ ତାରିଖ ଦିନ ବାହାରି ୧୦ ତାରିଖ ଦିନ ଓଡିଶାରେ ପହଂଚିବେ। ଅନ୍ୟ ମାନଙ୍କ ମଧ୍ୟରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶାନ୍ତିପ୍ରଭା ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୂର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top