ଜିଲ୍ଲା ପରିକ୍ରମା

ତିହିଡ଼ି ବ୍ଲକରେ ୩୧ଟି ଗ୍ରାମପଞ୍ଚାୟତକୁ ନେଇ ‘ଆମଗାଁ ଆମବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକର ୩୧ଟି ଗ୍ରାମପଞ୍ଚାୟତକୁ ନେଇ ସରକାରଙ୍କ ପକ୍ଷରୁ ଆମଗାଁ ଆମବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ୩୧ଟି ଗ୍ରାମପଞ୍ଚାୟତର ମୌଳିକ ସମସ୍ୟା ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ସିଧାସଳକ ଭିଡ଼ିଓ କନ୍ଫ୍ରେନ୍ସ ଜରିଆରେ କଥା ହୋଇଥିଲେ ଓ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତିହିଡ଼ି ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚ ମାନେ ଗାଁ ଲୋକଙ୍କର ହିତ ଓ ବିକାଶ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିଲେ। ତିହିଡ଼ି ବ୍ଲକର ୩୧ଟି ଗ୍ରାମପଞ୍ଚାୟତ ପାଇଁ ୨୪୯ଟି ପ୍ରକଳ୍ପ ନିମନ୍ତେ ମୋଟ ୭କୋଟି ୭୫ଲକ୍ଷଟଙ୍କା ଅନୁମୋଦନ କରିଥିଲେ। ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦାରିତ ସମୟରେ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଭଦ୍ରକ ସାଂସଦ ଅର୍ଜ୍ଜୁନଚରଣ ସେଠୀ, ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟେମକେଶ ରାୟ, ଜିଳ୍ଲାପାଳ ଜ୍ଞାନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର, ଉପଜିଲ୍ଳାପାଳ ସୁଚାରୁ ବଳ, ତିହିଡ଼ି ବିଡ଼ିଓ ରମେଶ ଚନ୍ଦ୍ର ମଲିକ, ଡ଼ିଇଜିଏମ୍ ବିଜୟାନନ୍ଦ କର, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,  ତିହିଡ଼ି ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଗଣମାଧ୍ୟମର ପ୍ରତିନିଧି ଓ ଜନସାଧାରଣ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶେଷରେ ତିହିଡ଼ି ପଞ୍ଚାୟତ ସମିତିର ଅଧ୍ୟକ୍ଷା ବିଦ୍ୟୁତ୍ଲତା ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top