ଜିଲ୍ଲା ପରିକ୍ରମା

ତିହିଡି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ‘ଉକ୍ରଳୀୟ ସଂସ୍କୃତି ସହିତ ତିହିଡି ସମୃଦ୍ଧ ସାମଞ୍ଜସ୍ୟ ରଖିଆସିଛି’

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ନିର୍ମୂଳିନଟା ପରି ମଣିଷ ସଭ୍ୟତା କାହା ଉପରେ ମାଡିଯାଇନାହିଁ । ଅତୀତର ସୁଦୃଢ ଭିତ୍ତିଭୂମି ଉପରେ ବର୍ତ୍ତମାନର ଜୀବନ ଗଢିଉଠିଥାଏ । ସମଗ୍ର ଓଡ଼ିଶାର ଭାଷା, ସାହିତ୍ୟ, ରାଜନୀତି, ଅର୍ଥନୀତି, କଳା ଓ ସଂସ୍କୃତି ପ୍ରତି ତିହିଡିର ଉଲ୍ଲେଖନୀୟ ଅବଦାନ ରହିଆସିଥିବା ବେଳେ ତିହିଡିର ଅଖଣ୍ଡତା ବଜାୟ ରଖିବାରେ ସଙ୍କଟ ହେତୁ ଅଞ୍ଚଳର ସାମଗ୍ରିକ ବିକାଶରେ ଅନ୍ତରାୟ ସୃଷ୍ଟି ହେଉଛି । ଏଣୁ ତିହିଡିକୁ ଏକ ସ୍ୱତନ୍ତ୍ର ବିଜ୍ଞାପିତ ଅଞ୍ଚଳ ଘୋଷଣା କଲେ ଏହାର ପ୍ରଗତି ସମ୍ଭବ ହେବ ବୋଲି ଶ୍ୟାମାକ୍ଲବ୍ ପକ୍ଷରୁ ତିହିଡି କାଳୀପଡିଆ ଠାରେ ଆୟୋଜିତ ପ୍ରଥମ ତିହିଡି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଭାପତି ସନାତନ ବେହେରାଙ୍କ ପୌରୋହିତ୍ୟରେ ଓ ନାଟ୍ୟକାର ଚନ୍ଦ୍ରକାନ୍ତ ମହାନ୍ତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥି କଟକ ସିଟି କଲେଜର ପ୍ରାଧ୍ୟାପକ ସରୋଜ କୁମାର ଦେଓଭଞ୍ଜ ଯୋଗଦେଇ ଓଡିଶାର ଜଗନ୍ନାଥ ସଂସ୍କୃତିର ପରାକାଷ୍ଠା ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଓଡିଶାର କଳା ଓ ସଂସ୍କୃତି ସହ ତିହିଡିର ସମୃଦ୍ଧ ସାମଞ୍ଜସ୍ୟ ଅଛି ବୋଲି ବକ୍ତବ୍ୟରେ କହିଥିଲେ । ଏହି ସନ୍ଧ୍ୟାର ମଞ୍ଚଟି ‘ନୀଳମଣି ରାଉରାୟ ମଞ୍ଚ’ ନାମରେ ନାମିତ କରାଯାଇଥିଲା । ପରିବେଶ ସଚେତନତା ଉପରେ ଏକ ପ୍ରତୀକ୍ଷାତ୍ମକ ଚାରାରୋପଣର ସଂକ୍ଷିପ୍ତ ଅଭିନୟ ସମୃଦ୍ଧି ପତି ଓ ପ୍ରସାଦରତ୍ନ ପଣ୍ଡା କରିଥିଲେ । ପ୍ରାରମ୍ଭରେ କଟକ ନଟରାଜ ଗୁ୍ରପ୍ ପକ୍ଷରୁ ଓଡ଼ିଶାୀ ନୃତ୍ୟ ପରିବେଷିତ ହୋଇଥିଲା । ସାଂସ୍କୃତିକ ସନ୍ଧ୍ୟାରେ ଜିଟିଭି ଫେମ୍ କଣ୍ଠଶିଳ୍ପୀ ସତ୍ୟଜିତ୍ ଜେନାଙ୍କ ସଙ୍ଗୀତ ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । ‘ଦେଖ ଖବର ରଖ ନଜର୍’ର କଳାକାର ସତ୍ୟ ଓ ସତ୍ୟଜିତ୍ଙ୍କ ଦ୍ୱାରା ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ବାଲେଶ୍ୱର ସୁର୍ ଝଙ୍କାର ପକ୍ଷରୁ ମେଲୋଡି ପରିବେଷିତ ହୋଇଥିଲା । କେରଳ କୋୟେଲପଟ୍ଟୁ ନୃତ୍ୟ ମାଧ୍ୟମରେ ସାମରିକ କୌଶଳ ପ୍ରଦର୍ଶନ କରିଥିଲେ । ସଂପାଦକ ସୋମନାଥ ପାଢୀ, ଡ. ଲକ୍ଷ୍ମୀଧର ତ୍ରିାଠୀ, ଦେବଶ୍ରୀ ଅନନ୍ୟା, ବି୍ଳବ ପତି, ମନୋଜ ପାଣିଗ୍ରାହୀ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ତିହିଡି ଯୁବମଞ୍ଚ, ଗୋପବନ୍ଧୁ ସେବା ସଙ୍ଗଠନ ଓ ଜୀବନଜ୍ୟୋତି ସେବା ସଙ୍ଗଠନର ସଦସ୍ୟ ଶୃଙ୍ଖଳା ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ସୌଖିନ ଷ୍ଟଲ୍ ଓ ଠୁଙ୍କାପୁରୀ, ହରିଆନା ହ୍ୟାଣ୍ଡଲୁମ୍, ରାଜସ୍ଥାନୀ ତାରକସି, କାନପୁର ଜୋତା, ଦିଲ୍ଲୀ ଲେଦର୍, ହୀରୋ ସୋ’ରୁମ୍, ଭିଭୋ ସୋ’ ରୁମ୍ ପ୍ରଭୃତି ଦୋକାନରେ ବେଶ୍ ଭିଡ ଜମିଥିଲା । ରାତି ୧୦ଟା ପର୍ଯ୍ୟନ୍ତ ମହୋତ୍ସ ବ ପଡିଆରେ ୧୦ହଜାରରୁ ଊଦ୍ଧ୍ୱର୍ ଲୋକେ ଭରପୂର ମନୋରଞ୍ଜନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top