ଜିଲ୍ଲା ପରିକ୍ରମା

ତିହିଡିରେ “ରୂପାୟନ”ର ନିଶା ନିବାରଣ ଅଭିଯାନ

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) :  ତିହିଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ “ରୂପାୟନ” ସହଯୋଗରେ ନିଶା ନିବାରଣ ଅଭିଯାନର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ “ରୂପାୟନ” ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ଅଧ୍ୟକ୍ଷତା କରିଥିବାବେଳେ ଏହାକୁ ତିହିଡି ମଣ୍ଡଳ ଉନ୍ନୟନ ଅଧିକାରୀ ଉମେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏବଂ “ରୂପାୟନ” ର ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।  ଏଥିରେ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ  ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଶା କବଳରୁ ଜନଜୀବନକୁ  ରକ୍ଷା କରିବାକୁ ହେଲେ ସର୍ବାଗ୍ରେ ମହିଳାମାନେ ଆଗେଇ ଆସିବା ଉଚିତ୍ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକର ବରିଷ୍ଠ ସାମ୍ବାଦିକ ତଥା “ରୂପାୟନ” ଅନୁଷ୍ଠାନର ଜିଲା ସଭାପତି ପ୍ରମୋଦ ରାୟ, ବିଏସ୍ଏସ୍ଓ ବି. ତି୍ରପାଠୀ, ଏପିଓ ପୀୟୂଷ ରଂଜନ ରାଉତ, ବିପିଏମ୍ ଓଏଲମ୍ ରଶ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ସରକାରଙ୍କ ଏଭଳି ଏକ ଜନହିତକାରୀ କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସହଯୋଗର ହାତ ବଢାଇବା ଉଚିତ୍ ବୋଲି କହିଥିଲେ । ଏହି ସଚେତନତା ଶିବିରରେ ସାମାଜିକ ସୁରକ୍ଷା ବିଭାଗ “ତୃପ୍ତି”, ଶିଶୁ ସୁରକ୍ଷା ବିଭାଗ ଓ ପ୍ରଧାମନ୍ତ୍ରୀ ନିଶ୍ଚିତ କର୍ମନିଯୁକ୍ତି ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ମାନେ ଯୋଗଦେଇ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ସମସ୍ତ ବ୍ୟକ୍ତିବିଶେଷ ନିଶା ତ୍ୟାଗ କରି ଏକ ସରଳ, ସୁସ୍ଥ ଓ ପ୍ରଗତିଶୀଳ ଜୀବନଯାପନ କରିବାକୁ ମତପ୍ରକାଶ ପାଇଥିଲା ।  “ରୂପାୟନ” ର ପ୍ରତିଷ୍ଠାତା ଶ୍ରଦ୍ଧାଞ୍ଜଳି ରାୟ ନିଜ ଭାଷଣରେ ଏହି ଅଂଚଳରେ ରହିଆସୁଥିବା ଅଧିକ ସଂଖ୍ୟକ ଦରିଦ୍ର ଶ୍ରେଣୀର ଲୋକେ ନିଜ ଆୟର ୭୦ ପ୍ରତିଶତ ନିଶାପାଣିରେ ବ୍ୟୟ କରୁଥିବାରୁ, ସେମାନଙ୍କ ଘରର ମହିଳାମାନେ ହିଁ ସଚେତନ କରାଇ ପାରିଲେ ଆଗାମୀ ବଂଶଧର ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ ବୋଲି କହିଥିଲେ । ଶେଷରେ ମୁକୁନ୍ଦପୁରର ସରପଞ୍ଚ କୀର୍ତ୍ତନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top