ତିର୍ତ୍ତୋଲ ବ୍ଲକ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ତିର୍ତ୍ତୋଲ ୦୯/୭ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାପାଳ ଶ୍ରୀମତୀ ୟାମିନୀ ଷଡଙ୍ଗୀ ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶିବିରରେ ମୋଟ ୬୭ଟି ଅଭିଯୋଗ ପଞିକୃତ ହୋଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୪୮ଟି ଯଥା- ଇନ୍ଦିରା ଆବାସ/ବିଜୁ ପକ୍କାଘର-୨୪ଟି, ଭତ୍ତା-୩ଟି, ରାସନ କାର୍ଡ-୫ଟି, ଆଇନ ସହାୟତା-୨ଟି, ବିଜୁ ଜ୍ୟୋତି-୨ଟି, ଜଳ ଓ ପରିମଳ-୨ଟି-, ଜମିଜମା ସଂପର୍କିତ-୪ଟି ଓ ଅନ୍ୟାନ୍ୟ-୬ଟି, ମୁଖ୍ୟମନ୍ତୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ -୧ଟି, ରେଡ୍କ୍ରସ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୩ଟି, ଗାଁ ସମସ୍ୟା ସଂପର୍କିତ-୧୫ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୪୧ଟି ଅଭିଯୋଗର ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ଦାସ, ଉପ-ଜିଲ୍ଲାପାଳ ଶ୍ରୀ ସୁବାଷ ଚନ୍ଦ୍ର ନାଥ ଶର୍ମା, ଜିଲ୍ଲାସ୍ତରୀୟ ଅଧିକାରୀ, ବି.ଡି.ଓ ରଞ୍ଜନ କୁମାର ପରିଡ଼ା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ଏସ୍.ଡି.ପି.ଓ ତିର୍ତ୍ତୋଲ ଶିବ ଚରଣ ମଲ୍ଲିକ, ତିର୍ତ୍ତୋଲ ପଞ୍ଚାୟତ ସମିତିର ଅଧ୍ୟକ୍ଷ୍ୟା ସୁଜାତା ମହାନ୍ତି ଓ ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ଶ୍ରୀ ରଞ୍ଜନ କୁମାର ଦାସ, ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *