ତିର୍ତ୍ତୋଲ ବ୍ଲକ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ତିର୍ତ୍ତୋଲ ୧୪/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ କଂଗ୍ରେସର ଏକ ପରିବଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ଆରମ୍ଭରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ, କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ୍ତ ମାଝି ଓ ନବ ଦାସଙ୍କୁ ବିପୁଳ ଉତ୍ସାହ ଓ କରତାଳି ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ଶ୍ରୀଯୁକ୍ତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ବିଶ୍ୱାଳ ଦାଇତ୍ୱ ନେବା ପରେ ସମଗ୍ର ଜଗତସିଂହପୁର ତଥା ତିର୍ତ୍ତୋଲ ଅଞ୍ଚଳରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଏକ ନବ ଉନ୍ମାଦନ ଆରମ୍ଭ ହୋଇଛି। ଆଗାମୀ ଜିଲ୍ଲା ସ୍ଥରରେ ହେବାକୁଥିବା ସମ୍ବର୍ଦ୍ଧନା ଉତ୍ସବକୁ ସବୁମତେ ସଫଳ କରିବାକୁ ବୈଠକରେ ନିଶ୍ପତି ନିଆଯାଇଥିଲା। ଖୁବ୍ ଶିଘ୍ର ବ୍ଲକ ୨୯ଟି ପଞ୍ଚାୟତରେ ୱାର୍ଡ, ବୁଥ୍ ଓ ପଞ୍ଚାୟତ ସ୍ଥରରେ ସଂଗଠନକୁ ମଝବୁଥ୍ କରାଯିବାର ନିଶ୍ପତି ନିଆଯାଇଛି। ବୈଠକରେ ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରଦେଶ ମହିଳା କଂଗ୍ରେସ ସଂପାଦିକା ପ୍ରତିମା ମଲ୍ଲିକ, ପ୍ରଦେଶ କଂଗ୍ରେସ ଅନୁସୁଚିତ ଜାତି ସେଲର ଆବାହକ ଦେବେନ୍ଦ୍ର ମଲ୍ଲିକ, ଜଗତସିଂହପୁର ଜିଲ୍ଲା ବାର କାଉଁସିଲ୍ ଅଧ୍ୟକ୍ଷ ଆଡଭୋକେଟ୍ ରାଜକିଶୋର ବେହେରା, ନାରାୟଣ ପ୍ରସାଦ ରାଉଳ, ତିର୍ତ୍ତୋଲକ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଇଂ ବେଦ୍ୟୁତି ପୃଷ୍ଟି, ବସନ୍ତ ସେଠୀ, ଜୟରାମ ମଲ୍ଲିକ, ସେଖ୍ ଲତିଫ୍ ଉଦ୍ଦିନ, ବ୍ରଜ କିଶୋର ମଲ୍ଲିକ, ନୃସିଂହ ରାଉଳ, ଅଜୟ ରାଉଳ, ଗୋଲଖ ଜେନା, ଧନଞ୍ଜୟ ସୁତାର, ରଶ୍ମିରଞ୍ଜନ ବିଶ୍ୱାଳ, ରଞ୍ଜିତ ପାଲ, ଶୈଳେନ୍ଦ୍ର ରାୟ, ସୁଶାନ୍ତ ପଣ୍ଡା, ରଶ୍ମି ରଞ୍ଜନ ଦାସ, ବଂଶିଧାର ପାତ୍ର, ରାଧାକାନ୍ତ ସେଠୀ, ପ୍ରଶାନ୍ତ ଲେଙ୍କା, ଲଲାଟ ମହାପାତ୍ର, ସେଖ୍ ଖଲିକୁଜ୍ ଜମ୍ମା, ଶରତ ମଲ୍ଲ, ପ୍ରକାଶ ସାସ୍ମଲ୍ ପ୍ରମୁଖ ସତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *