ତିର୍ତ୍ତୋଲ ବ୍ଲକ କଂଗ୍ରେସ ର ୧ ନମ୍ଭରରେ ଜୋନସ୍ତରୀୟ ବୈଠକ

ତିର୍ତ୍ତୋଲ ୦୬/୦୭ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ କଂଗ୍ରେସର ୧ ନଂ ଜୋନସ୍ତରୀୟ ବୈଠକ ଦୋଆବ ଅଞ୍ଚଳ ଶଙ୍ଖେଶ୍ୱର ହାଟ ପଡ଼ିଆରେ ଦାଇଁଲୋ ସରପଞ୍ଚ ଧନଞ୍ଚୟ ସୁତାରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ରାଉତ, ଶିବ ଚରଣ ଦାସ, ଦଳିତ ସେଲର ଆବାହକ ଦେବେନ୍ଦ୍ର କୁମାର ମଲ୍ଲିକ, ଆଇନିଜିବୀ ରାଜକିଶୋର ବେହେରା, ପ୍ରଦେଶ କଂଗ୍ରେସ ମହିଳା ସଭାନେତ୍ରୀ ପ୍ରତିମା ମଲ୍ଲିକ, ନାରାୟଣ ପ୍ରସାଦ ରାଉଳ, କୃଷ୍ଣାନନ୍ଦପୁର ସରପଞ୍ଚ ଗୋଲେଖ ନାରାୟଣ ଜେନା ପ୍ରମୁଖ ମଞ୍ଚାସିନ ରହି ତୃଣମୁଳ ସ୍ତରରୁ କଂଗ୍ରେସ ସଂଗଠନକୁ ମଜବୁତ କରିବାପାଇଁ ଜୋନ ବୁଥ୍ କାର୍ଯ୍ୟ ଗଠନ ପ୍ରକ୍ରିୟା ଜାରି ରହିବ ବୋଲି କହିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ତଥା ଜଗତସିଂହପୁର ବିଧାୟକ ଚିରଞ୍ଜବି ବିଶ୍ୱାଳଙ୍କ ସମସ୍ତ ଦିଗଦର୍ଶନରେ ଦଳର ସମସ୍ତ କର୍ମୀ ସଂଗଠନ କାର୍ଯ୍ୟ କରିବେବୋଲି ସଭାରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ଦେଇଥିଲେ। ଏହି ବୈଠକରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ ଦାସ ସଭାପତିତ୍ୱ କରିବା ସହିତ ଅତିଥିମନାଙ୍କର ପରିଚୟ ପ୍ରଦାନ କରିଥିଲେ। ବୁଥ୍ ସ୍ତରୀୟ କମିଟି ଗଠନ କରାଯାଇ ଶେଖ୍ ଖଲ୍ଲିକୁଜ ଜ୍ଜମାଙ୍କୁ୧ନଂ ଜୋନସ୍ତରୀୟ ପିସିସି ସଭାପତିଭାବେ ସର୍ବସମତିକ୍ରମେ ନାମ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଗୋଲକ ସ୍ୱାଇଁ, ନୃସିଂହ କର, ନିର୍ମଳ ବାରିକ୍, ନୃସିଂହ ମନ୍ତ୍ରୀ, ପ୍ରଭାତ ପଣ୍ଡା, ସୁରେନ୍ଦ୍ର ଜେନା, ରବିନ୍ଦ୍ର ମଲ୍ଲିକ, ଜ୍ଞାନ ରଞ୍ଜନ କର, ପ୍ରଦୀପ୍ତ ରାଉତ, ଚିତ୍ତରଞ୍ଜନ ମହାପାତ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *