ତିର୍ତ୍ତୋଲ ବିଦ୍ୟୁତ କାର୍ଯ୍ୟାଳୟରେ ମହିଳାଙ୍କ ଧାରଣା

ତିର୍ତ୍ତୋଲ ୦୨.୦୬ (ଓଡ଼ିଆ ପୁଅ/ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତର ଆହାଣ ଗ୍ରାମର ୪୦ରୁ ଉର୍ଦ୍ଧ ମହିଳା ଆଜି ତିର୍ତ୍ତୋଲ ବିଦ୍ୟୁତ କାର୍ଯ୍ୟାଳୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ବିଦ୍ୟୁତ୍ ବିଭାଗର ଅପାରଗତା ପାଇଁ ଲୋଭୋଲଟେଜ କାରଣରୁ ଗ୍ରାମବାସୀ ଭୋଗୁଛନ୍ତି ଦୂର୍ଦ୍ଦଶା। ଏହି ଗ୍ରାମରେ ଦୁଇରୁ ଚାରି ବର୍ଷ ବିତିଗଲାଣି ଲୋଭୋଲଟେଜ୍ ଯୋଗୁଁ ଗ୍ରାମମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ତିର୍ତ୍ତୋଲ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ରାଜୀବଗାନ୍ଧୀ -୨ ଯୋଜନା ମୁତାବକ ଆହାଣ ଗ୍ରାମର ନାମ ଥିଲେ ମଧ୍ୟ ତିର୍ତ୍ତୋଲ ବିଦ୍ୟୁତ ବିଭାଗର ଅପାରଗତା ପାଇଁ ଏକ ଟ୍ରାନ୍ସଫରମର ବସାଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି କାରଣରୁ ଆହାଣ ଗ୍ରାମର ଶତାଧିକ ମହିଳା ଓ ପୁରଷ ତିର୍ତ୍ତୋଲ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୧ଘଣ୍ଟା କାଳ ଧାରଣାରେ ବସିଥିଲେ। ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ବାରକି ବୁଝାବୁଝି କରିବାପରେ ଗ୍ରାମବାସୀ ତରଫରୁ ଏକ ଅଭିଯୋଗ ପତ୍ର ଦିଆଯାଇଥିଲା। ଅଭିଯୋଗ ପତ୍ର ପାଇବାପରେ ଏକ ନୂତନ ଟ୍ରାନ୍ସଫରମର ଖୁବ୍ ଶୀଘ୍ର ବସାଯିବ ପ୍ରତିଶୃତି ଦେଇଥିଲେ। ତେନ୍ତୁଲିପଦା ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ସମିତିସଭ୍ୟା ମଞ୍ଜୁଶ୍ରୀ ସେଠୀ, ପତୀଭା ରାଣୀ ଦାସ, ବନଲତା ସ୍ୱାଇଁ, କବିତା ସେନାପତି, ସୁସମା ପୁହାଣ, ଅଞ୍ଜନା ସେଠୀ, ରଂଜିତା ଦାସ, ଅନିତା ପୁହାଣ, ରାନୁ ସେନାପତି, ମମତା ରାଉତ, ବିନ୍ଦୁଶ୍ରୀ ମହାନ୍ତି, ରିତାଞ୍ଜଳୀ ସିଂ, ସଞ୍ଜୁକ୍ତା ମହାନ୍ତି, ପୁଷ୍ପଲତା ମହାନ୍ତି, ଅମ୍ବିକା ମହାନ୍ତି, ସୁଜାତା ସେଣ, ବାସନ୍ତି ସେଠୀ, କାନନବାଳା ସେଣ, ମାନା ସେଠୀ, ଅଞ୍ଜନା ସେନାପତି, ରଶ୍ମିରେଖା ବିଶ୍ୱାଳ, ମିନରଭା ବିଶ୍ୱାଳ, ମିଟୁ ପାଲ୍, କବିତା ସେଠୀ, ରୋଜି ସେଠୀ, ରାଣୀ ପ୍ରିୟା ପୁହାଣ, ନଳିନି ପ୍ରଭା ଦାସ, ସରିତା ବିଶ୍ୱାଳ, ମିନତା ଦାସ, ଜୟନ୍ତି ମହାନ୍ତି, ଓଷି ମହାନ୍ତି, ପ୍ରଣତା ସାହୁ, ରଂଜିତା ସେଠୀ, ଉର୍ମିଳା ମହାନ୍ତି, ମଲ୍ଲୀ ସେଠୀଙ୍କ ଗ୍ରାମବାସୀମାନେ ଧାରଣାରେ ସାମିଲି ହୋଇଥିଲେ।

Leave a Reply

Your email address will not be published. Required fields are marked *