ଓଡ଼ିଶା

ତିର୍ତ୍ତୋଲ ବିଜେପିରେ ନେତା କିଏ: ହରି ହର ନା ସଞ୍ଜୟ ନା ରମାକାନ୍ତ : ଅଡ଼ୁଆରେ କର୍ମୀ

୩ ତାରିଖ ପରିବର୍ତ୍ତେ ୨ ତାରିଖରେ ହେଲା ବ୍ଲକ ଘେରାଉ କାର୍ଯ୍ୟକ୍ରମ

ତିର୍ତ୍ତୋଲ ୪/୧୧- (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିରିଡ଼ି ବ୍ଲକର ଅଲାଣ୍ଡ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଗତ ମାସ ୨୧ ରିଖ ଦିନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଲଲାଟେନ୍ଦୁ ବଡ଼ୁଙ୍କ ନେତୃତ୍ୱରେ ମଣ୍ଡଳସ୍ତରୀୟ ଏକ ବୈଠକ ଡ଼କାଯାଇ ନେତାମାନଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ୱ ନେସ୍ତ କରାଯାଇଥିଲା। ସେଥିମଧ୍ୟରୁ ଇଂ. ହରିହର ବେହେରାଙ୍କୁ ତିର୍ତ୍ତୋଲ ବ୍ଲକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଦାସଙ୍କୁ ରଘୁନାଥପୁର ବ୍ଲକ ଓ ପ୍ରଫେସର ରମାକାନ୍ତ ଭୋଇଙ୍କୁ ବିରିଡ଼ି ବ୍ଲକର ଦାୟିତ୍ୱ ଦିଆଯାଇଥିଲା। ଏହାପରେ ତିର୍ତ୍ତୋଲସ୍ଥିତ ସରଣୀ ଛକରେ ତିର୍ତ୍ତୋଲର ବରିଷ୍ଠ ବିଜେପି ନେତା ପତିତପାବନ ହୋତାଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ କରାଯାଇ ୩ ତାରିଖ ଦିନ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବାର ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ତିର୍ତ୍ତୋଲ ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ, ମନୋରଞ୍ଜନ ଦାଶ, ପ୍ରମୋଦ ବାରିକ୍, ଯୁବମୋର୍ଚ୍ଚା ରୁପକ ଖୁଣ୍ଟିଆ, କୋଷାଧ୍ୟକ୍ଷ ସୁଧିର ପଣ୍ଡା, ବିରଜାମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶ ଗଣ ମାଧ୍ୟମରେ ପ୍ରକାଶ କରିଥିଲେ। ଏହି ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଅପରପକ୍ଷରେ ଆଉ କେତେକ ଗଣମାଧ୍ୟମରେ ୨ ତାରିଖରେ ତିର୍ତ୍ତୋଲ ବ୍ଲକ ଘେରାଉ କରାଯିବାନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା। ଯାହାକୁ ନେଇ ସାଧାରଣ ଲୋକେ, ପୋଲିସ ପ୍ରଶାସନ, ବିଜେପି ସମର୍ଥକ ଓ ବ୍ଲକ ପ୍ରଶାସନ ଦୋନ୍ଦରେ ପଡ଼ିଯାଇଥିଲେ। ବିଜେପିର ଛାମୁଆ ବୋଲାଉଥିବା ହରିହର, ସଞ୍ଜୟ, ଓ ରମାକାନ୍ତଙ୍କ ମଧ୍ୟରେ ବିରାଟ ଫାଟ ଓ ସମନୋୟ ନଥିବାରୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଜେପିର ନେତା କିଏ ତାହା ଏବେ କର୍ମୀଙ୍କ ମହଲରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଫେସର ରମାକାନ୍ତ ଭୋଇ ଆଜି ପୂର୍ବରୁ ନିଆଯାଇଥିବା ନିଷ୍ପତିକୁ ଭଙ୍ଗ କରି ୩ ତାରିଖ ପିବର୍ତ୍ତେ ଆଜି ୨ ତାରିଖରେ ତିର୍ତ୍ତୋଳ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିଥିବା ନେଇ ରାଜ୍ୟ କାର୍ଯ୍ୟକାରିି ସଦସ୍ୟ ସଞ୍ଜୟ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ବିଜୟ ଦାଶ, ବିଜେପି ନେତା ଇଂ ହରିହର ବେହେରା ଗଣମାଧ୍ୟମ ନିକଟରେ କ୍ଷୋଭ ପ୍ରକାଶ କରିଥିଲେ। ଅପରପକ୍ଷରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମକୁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଅବ୍ୟବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହିତ ଅଧାରୁ ଫେରିଯାଇଥିଲେ। ତିର୍ତ୍ତୋଲ ବ୍ଲକର ବରିଷ୍ଠ ବିଜେପି ନେତା ପତିତପାବନ ହୋତାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନିଥିଲା। ଦୁର୍ନିତୀ ବିରୋଧି ଏହି କାର୍ଯ୍ୟକ୍ରମରେ ଛୋଟପିଲା, ଓ ମହିଳା ଶତାଧିକ ସଙ୍ଖ୍ୟାରେ ଯୋଗଦେଇଥିବାବେଳେ ଘୋର ଅବବ୍ୟସ୍ଥା ଯୋଗୁଁ ନାହିଁନଥିବା ହଇରାଣ ହରକତ ହୋଇଥିଲେ। ନିତୀ ଆଦର୍ଶ କହୁଥିବା ବିଜେପି ନେତାମାନଙ୍କ ଭିତରେ ଥିବା ଅନ୍ତର୍ଦୋନ୍ଦ ତିର୍ତ୍ତୋଲ ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଅନୁରୂପ ଭାବେ ରବିବାର ଦିନ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲଟା ଠାରେ ଏକ ଶ୍ରମିକ ସଂଗଠନ ପକ୍ଷରୁ ପରିଚୟପତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ତିର୍ତ୍ତୋଲର ବିଜେପି ନେତା ରମାକାନ୍ତ ଭୋଇ ଏବଂ ତାଙ୍କ ସମର୍ଥକ ମାନଙ୍କୁ ଦେଖିବାକୁ ମିଳିନଥିଲା। ଅପରପକ୍ଷରେ ପାରାଦ୍ୱୀପ ବନ୍ଦର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ମହିଳାମାନଙ୍କୁ ପରିଚୟପତ୍ର ବଂଟନ କରିବା ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘରେ ନପଶୁଣୁ ଚାଳ ବାଜିବା ସଦୃଶ ଆଗାମୀ ନିର୍ବାଚନରେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମର ପ୍ରଭାବ କଣ ରହିବ ତାହା ସମୟ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top