ଓଡ଼ିଶା

ତିର୍ତ୍ତୋଲ: ବାତ୍ୟା ତିତିଲ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ତିର୍ତ୍ତୋଲ୧୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ର ସମଗ୍ର ଅଞ୍ଚଳରେ ତିନିଦିନ ଧରି ବାତ୍ୟା ତିତିଲ ପ୍ରଭାବରୁ ବର୍ଷା ଓ ପବନର ତାଣ୍ଡବ ଲାଗିରହିବା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ଥିବା ଚାଷ ଜମିରେ ପାଣି ଭରିଜିବା ଫଳରେ ପନିପରିବା ଓ ଧାନ ଫସଲ ବ୍ୟାପକ କ୍ଷତିହୋଇଛି। ଗାଁ ଗହଳିରେ ଥିବା ଘର, ଗୁହାଳଘର ଓ ମାଟିକାନ୍ଥର ନଡ଼ାଛପର ବାସଗୃହ ଶତାଧିକ ସଙ୍ଖ୍ୟାରେ ନଷ୍ଟ ହୋଇଛି। ଲଗାଣ ବର୍ଷାଯୋଗୁଁ ତିର୍ତ୍ତୋଲ, ତେନ୍ତୁଲିପଦା, ତରଜଙ୍ଗା, ମଣିଜଙ୍ଗା, ଜଡ଼ତିରା, କଟରା, ପଟିଲୋ, ମୁଳିସିଂ, ବିରିତୋଳ, ପିପଳମାଧବ, ବୋଧେଇ, ସଂଅରା, ତୁଳଙ୍ଗ, ଗରାମ, ଇବ୍ରିସଂ୍, ଜଗନ୍ନାଥପୁର, କନକପୁର, ଗୋପାଳପୁର, କୋଷ୍ଠିମଲ୍ଲିକାପୁର ପ୍ରଭୃତି ପଞ୍ଚାୟତର ଶତାଧିକ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ଏହା ସହିତ ବର୍ଷାର ପ୍ରକୋପରୁ ସରକାରୀ କାର୍ଯ୍ୟାଳୟ ପ୍ରଭାବିତ ହୋଇଛି। ମଣିଜଙ୍ଗା ଠାରେ ଥିବା ସବରେଜିଷ୍ଟାର କାର୍ଯ୍ୟାଳୟରେ ବର୍ଷାପାଣି ଆଣ୍ଠୁଏ ପାଣି ଜମି ରହିଥିବାବେଳେ ମଣିଜଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପାଣି ଜମି ରହି ରୋଗୀ ସେବା ପ୍ରଭାବିତ ହେବା ସହିତ ତିର୍ତ୍ତୋଲ ବ୍ଲକ ଅଫିସ କ୍ୱାଟର ପରିସରରେ ମଧ୍ୟ ଆଣ୍ଠୁଏ ପାଣି ଜମିରହିଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଆଣ୍ଠୁଏ ପାଣି ଜମିରହିଥିବାବେଳେ ଝଡ଼ ବର୍ଷାରେ ବଡ଼ ବଡ଼ ଗଛ ଭାଙ୍ଗିଯିବା ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯିବା ଫଳରେ ବିଦ୍ୟୁସରବରାହ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ସମଗ୍ର ତିର୍ତ୍ତୋଲ ଅଞ୍ଚଳର ଗାଇଗୋରୁ, ଛେଳମେଣ୍ଢା ପ୍ରଭୃତି ଗୃହପାଳିତ ପଶୁଙ୍କ ସମେତ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି।ଅପରପକ୍ଷରେ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ଯୋଗାଇଦେବାପାଇଁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top