ତିର୍ତ୍ତୋଲ ପୂର୍ବତନ ବିଧାୟକଙ୍କ ପରଲୋକ

ତିର୍ତ୍ତୋଲ, ୨୩/୨(ଓଡ଼ିଆ ପୁଅ/)-ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟଙ୍କ(୮୬) ବୟସରେ ଆଜି କଟକସ୍ଥିତ ରାଜାବଗିଚା ବାସଭବନରେ ପରଲୋକ ହୋଇଯାଇଅଛି। ତିର୍ତ୍ତୋଲ ମାଟି କୋଲର ଗ୍ରାମରେ ଜନ୍ମଗ୍ରହଣ କରି ରାଜ୍ୟ ତଥା ରାଜ୍ୟ ବାହାରେ ରାଜନିତୀ ଓ ସମାଜସେବା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିପାରିଥିଲେ। ତିର୍ତ୍ତୋଲ ମାଟି ପାଇଁ ସ୍ୱର୍ଗତ ସାମନ୍ତରାୟଙ୍କ ବିୟୋଗ ଅପୁରଣୟୀୟ କ୍ଷତି କରିଛି । ତାଙ୍କ ବିୟୋଗରେ ତିର୍ତ୍ତୋଲ ବ୍ଲକ ପରିସରରେ ଏକ ଶୋକସଭା କରାଯାଇଥିଲା। ଏଥିରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଏବିଡ଼ିଓ ଭଞ୍ଜ କିଶୋର ନାୟକ, କୋଷାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ବ୍ଲକ ପଞ୍ଚାୟତ ସମ୍ପସାରଣ ଅଧିକାରୀ ସଞ୍ଜୟ କୁମାର ଦାସଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ରହି ଏକ ଶୋକ ସଭା କରିଥିଲେ। ଏହା ସହିତ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ନରହରି ମିଶ୍ର, ବଟକୃଷ୍ଣ ଦାଶ, ନିତ୍ୟାନନ୍ଦ ଜେନା, ପ୍ରଫୁଲ ବେହେରା, ଅକ୍ଷୟ ଦାସ, ସଂଗ୍ରାମ ଦାସ, ତରଜଙ୍ଗା ସରପଞ୍ଚ ବସନ୍ତ କୁମାର ସେଠୀ, କୋଲର ସରପଞ୍ଚ ଦିପ୍ତି ମୟୀ ରାଏ, ସମିତିସଭ୍ୟ ରଞ୍ଜିତ ପାଳ, ତିର୍ତ୍ତୋଲ ପୂର୍ବତନ ସମିତସଭ୍ୟ ହେମଲତା ପରିଜା, ପ୍ରଦୀପ୍ତ ପରିଜା, ତିର୍ତ୍ତୋଲର ପୂର୍ବତନ ସରପଞ୍ଚ ବିମଳ ଚନ୍ଦ୍ର ଦାସ, ପ୍ରହଲାଦ ସାହୁ, ବ୍ଲକ ସଭାପତି ବସନ୍ତ କୁମାର ମହାପାତ୍ର, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ନାରୀ ନେତ୍ରୀ ପ୍ରତିମା ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ, ଜବ ଦାସ, ଶରତ ମହାପାତ୍ର, ଧିରେନ କୁମାର ସ୍ୱାଇଁ, ବିକ୍ରମ ମହାନ୍ତି, ଧୁନା ମହାନ୍ତି, ତପନ କୁମାର ମହାନ୍ତି, ଗଙ୍ଗାଧର ବିଶ୍ୱାଳ, ଅଞ୍ଜନ କୁମାର ମହାନ୍ତି, ପ୍ରଫୁଲ କୁମାର ମହାନ୍ତି, ଆଇନଜିବୀ ରାଜ କିଶୋର ବେହେରା, ରମାକାନ୍ତ ରାଉଳ, ଅଶ୍ୱିନ କୁମାର ଦାସ, ସନାତନ ଦଳାଇ, ଧନଞ୍ଜୟ ସୁତାର, ବେଦଦ୍ୟୁତି ପୃଷ୍ଟି, ରମେଶ ଚନ୍ଦ୍ର କୁଅଁର, ଲକ୍ଷ୍ମୀଧର ଦାସ, ରବିନ୍ଦ୍ର ବେହେରା, ସୂର୍ଯ୍ୟନାରାୟଣ ପରିଜା, ନାରାୟଣ ପ୍ରସାଦ ରାଉଳ, ସନ୍ତୋଷ ନାୟକ, ଯୁବ ବିଜେଡି ର ରଶ୍ମୀରଂଜନ ଚୈାଧୁରୀ, ମନୋରଂଜନ ସାକନ୍ତରାୟ, ତିର୍ତ୍ତୋଲ ସାମ୍ବାଦିକସଂଘ, ତିର୍ତ୍ତୋଲ ବାରଆସୋସିଏସନ, ତିର୍ତ୍ତୋଲ ତହସିଲ କର୍ମଚାରୀ, କୁମାରଉତ୍ସବ ସମିତି ପ୍ରମୁଖ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *