ତିର୍ତ୍ତୋଲ ନିର୍ବାଚନ ମଣ୍ଡଳସ୍ତରୀୟ ସମୀକ୍ଷା ବୈଠକ

ତିର୍ତ୍ତୋଲ ୩୦/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ନିର୍ବାଚନ ମଣ୍ଡଳସ୍ତରୀୟ ସମୀକ୍ଷା ବୈଠକ ସଅଂରା ସ୍ଥିତ ଜିଲ୍ଲା ଗ୍ରାମାଞ୍ଚଳ ଉନ୍ନୟନ ଅଭ୍ୟର୍ଥନା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତିର୍ତ୍ତୋଲ ବିଧାୟିକା ଡ଼ଃ ରାଜଶ୍ରୀ ମଲ୍ଲିକ୍, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ କେଶରି ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳସ୍ତରୀୟ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ଡ଼୍ରେନ୍, କୃଷି, ପରିମଳ, ଆବାସଯୋଜନା, ବନିକରଣ, ପାନୀୟଜଳ, ବିଦ୍ୟୁତସେବା, ଧାନ ଓ ମୁଗମଣ୍ଡି ଗଠନ, ନିର୍ମାଣ ଶ୍ରମିକ ଆଦି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଏଥିରେ ତିର୍ତ୍ତୋଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ, ଲିପାଲି ରାଉଳ, ରଘୁନାଥପୁର ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଅତ୍ମାର ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା, ରଘୁନାଥପୁର ଓ ବିରିଡ଼ିର ବିଡ଼ିଓ, ବ୍ଲକ ସଭାପତି, ଅଧ୍ୟକ୍ଷା, ଉପାଧ୍ୟକ୍ଷା ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *