ଜଗତସିଂହପୁର

ତିର୍ତ୍ତୋଲ ଦିବଂଗତ ଜନନେତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ତିର୍ତ୍ତୋଲ ୨-୪ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲର ନବନିର୍ମାତା, ଜନନାୟକ, ତଥା ବରପୁତ୍ର ସାମାଜସେବା କ୍ଷେତ୍ରରେ ରହି ସୁନାମ ଅର୍ଜନ କରିଥିବା ତିର୍ତ୍ତୋଲର ପୂର୍ବତନ ବିଧାୟକ ସ୍ୱର୍ଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ବିୟୋଗରେ ଆଜି ତାଙ୍କ ଜନ୍ମମାଟି ତିର୍ତ୍ତୋଲର ଗୋପିଆକୁଦଠାରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିକ୍ଷକନେତା ତଥା ସମାଜସେବୀ ଅକ୍ଷୟ ଦାସ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱୀପ ବିଧାୟକ ଡ଼. ଦାମୋଦର ରାଉତ, ଜଗତସିଂହପୁର ସାଂସଦ କୂଳମଣି ସାମଲ, ଜଗତସିଂହପୁର ବିଧାୟକ ଚିରଞ୍ଜବ୍ ବିଶ୍ୱାଳ, ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, କଟକ-ବାରବାଟି ବିଧାୟକ ଦେବାଶିଷ ସାମନ୍ତରାୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟ ଦର୍ଶିନୀ ବିଶ୍ୱାଳ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାଏ, ଲିପାଲି ରାଉଳ, ବରିଷ୍ଠ ନାଗରିକ ନିତ୍ୟାନନ୍ଦ ଜେନା, ପତିତପାବନ ହୋତା, ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, କୋଲର ପୂର୍ବତନ ସରପଞ୍ଚ ଧିରେନ୍ କୁମାର ସ୍ୱାଇଁ, ଯୁବସଂଗଠକ ତପନ କୁମାର ମହାନ୍ତି, ଜଗତସିଂହପୁର ଜିଲ୍ଲା ଓଜେୟୁର କାର୍ଯକାରୀ ସଭାପତି ସୁନାକର ବେହେରା, ସୁରେନ୍ଦ୍ର କୁମାର ମହାପାତ୍ର, ଦେବେନ୍ଦ୍ର ଦାଶ, ପୋତାନଇ ପୂର୍ବତନ ସରପଞ୍ଚ ବ୍ରଜ କିଶୋର ମହାରାଜ, ମିହିର ପଟ୍ଟନାୟକ, ଗଙ୍ଗାଧର ବିଶ୍ୱାଳ, ସୁରେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାମନ୍ତରାୟଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ସ୍ୱର୍ଗତ ନିତ୍ୟାନନ୍ଦ ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ତିର୍ତ୍ତୋଲ ମାଟିର ପୂର୍ବତନ ବିନ୍ଧାଣି ସ୍ୱର୍ଗତ ସାମନ୍ତରାୟଙ୍କ ସମେତ ନିଶାମଣି ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତି, ବସନ୍ତ ବିଶ୍ୱାଳଙ୍କ ପ୍ରତିମୃତ୍ତି ତିର୍ତ୍ତୋଲ ଅଞ୍ଚଳରେ ସ୍ଥାପନ କରାଯିବବୋଲି ଏହି ସଭାରେ ନିଷ୍ପତି ନିଆଯିବା ସହିତ ଶାରଳାରୋଡ଼ କନକପୁର ରାସ୍ତାକୁ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ନାମରେ, ତିର୍ତ୍ତୋଲ କୋଲର ରାସ୍ତାକୁ ନିତ୍ୟାନନ୍ଦ ସାମନ୍ତରାୟଙ୍କ ନାମରେ ଓ ଜଇପୁର ଜଗତସିଂହପୁର ରାସ୍ତାକୁ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ନାମରେ ନାମିତ କରାଯିବାପାଇଁ ସର୍ବସମତି କ୍ରମେ ଉକ୍ତ ସଭାରେ ପ୍ରସ୍ତାବ ଗୃହିତ କରାଯିବା ସହିତ ରାଜ୍ୟସରକାରଙ୍କ ନିକଟରେ ଦାବି କରାଯିବବୋଲି ନିଷ୍ପତି ନିଆଯାଇଥିଲା। ପ୍ରଶାନ୍ତ ମହାପାତ୍ର, ଅରୁଣ କୁମାର ବିଶ୍ୱାଳ, ମହମ୍ମଦ ଅବଦୁଲ ମାଜୁଦ, ଶୁଭ୍ରାଂଶୁ ମହାନ୍ତି, ସରପଞ୍ଚ ସଙ୍ଗ୍ରାମ ମନ୍ତ୍ରୀ, ଦେବେନ୍ଦ୍ର ମହାପାତ୍ର, ପ୍ରଭାତ କୁମାର ମହାନ୍ତି, ଅମରଜ୍ୟୋତି ସାହୁ, ଅଶ୍ୱିନ କୁମାର ଦାସ, ବିଜୟ କୁମାର ନାୟକ, ଆଲୋକ ଦାସ, ଆୟୁବ ଅଲ୍ଲି, ତାରାକାନ୍ତ ଜେନା, ସୁବ୍ରତ ଦାଶ, ଅକ୍ଷୟ ସାହାଣୀ, ଅରୁଣ ମହାପାତ୍ର, ନଣ୍ଡା ମହାନ୍ତି, କ୍ଷୀରୋଦ ବାରିକ୍, ସିଦ୍ଧାର୍ଥ ଶଙ୍କର ରାଉଳଙ୍କ ସମେତ ଦଳମତ ନିର୍ବିଶେଷରେ ସ୍ୱର୍ଗତ ସାମନ୍ତରାୟଙ୍କୁ ଭଲପାଉଥିବା ଶହସ୍ରାଧିକ ଜନସାଧାରଣ ଏହି ସଭାରେ ଯୋଗଦେଇ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top